ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଣ କଥା କହିଲେ ମନେ ପଡ଼ନ୍ତି ନୟାଗଡ଼ର ବିଭୂତି ପଟ୍ଟନାୟକ ଓରଫ ଚିକୁ ଭାଇ ,କୋଭିଡ୍ ସମୟରୁ ଆଜି ପର୍ଯ୍ୟନ୍ତ, ନୟାଗଡ଼ ର ପ୍ରତ୍ୟେକ ଗଳି କନ୍ଦି ବୁଲି ,ଅସହାୟ ମାନଙ୍କୁ ଖାଦ୍ୟ ବାଣ୍ଟିବାକୁ ବାହାରି ପଡ଼ନ୍ତି। ମାସର ପ୍ରତ୍ୟେକ ଶନିବାର, ରବିବାର ଏବଂ ସଂକ୍ରାନ୍ତି ଦିନ ଏହି କାର୍ଯ୍ୟକ୍ରମ ସହିତ ନୟାଗଡ ମୁଖ୍ୟ ଚିକତ୍ସାଳୟର ରୋଗୀଙ୍କ ସହାୟକ ମାନଙ୍କୁ ରନ୍ଧା ଖାଦ୍ୟ ଦେଇଥାନ୍ତି,ଶିତ ଦିନରେ କମ୍ବଳ ଏବଂ ଖରାଦିନେ ଛତା,ଚପଲ ସହିତ ନୂତନ ବସ୍ତ୍ର ମଧ୍ୟ ବଣ୍ଟି ଥାନ୍ତି। କିଛି ଅସହାୟ ଝିଅଙ୍କୁ ବିବାହ କରାଇଛନ୍ତି,ଅଜଣା ବ୍ୟକ୍ତିଙ୍କ ଶବଦାହ,ରାସ୍ତା ଦୁର୍ଘଟଣା ଲୋକଙ୍କୁ ମେଡିକାଲ ନେଇଥାନ୍ତି ବନ୍ୟା ବିପର୍ଣଙ୍କୁ ସହାୟତା, ସ୍ୱାସ୍ଥ୍ୟ ସେବା ଶିବିର ରେଡ଼କ୍ରସ ଭାଲ୍ୟୁଣ୍ଟାରୀ ଫୋରମ ପ୍ରତିଷ୍ଠା କରି ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜେ 100ୟୁନିଟରୁ ଉର୍ଦ୍ଧ ରକ୍ତଦାନ କରିଛନ୍ତି,ଚିକୁ ପେସାରେ ଜଣେ ମେକାନିକ ନିଶା ହେଉଛି ଅସହାୟଙ୍କୁ ସେବା ଦେବା ତାଙ୍କର ଏକମାତ୍ର ପୁତ୍ରଙ୍କ ଅକାଳ ବିୟୋଗ ପରେ କଷ୍ଟଲବ୍ଧ ରୋଜଗାରର 70ଭାଗ ଅର୍ଥ ସମାଜସେବାରେ ବିନିଯୋଗ କରିଥାନ୍ତି, ସେ ନିଜେ ରୋଷଇ କରିଥାନ୍ତି ରୋଷଇରେ ସହଯୋଗ କରନ୍ତି ତାଙ୍କ ମା ସୁଷମା ପଟ୍ଟନାୟକ, ସ୍ତ୍ରୀ ସୁନିତା ମହାପାତ୍ର,ତାଙ୍କର ଏହି ମହତ କାମକୁ ନୟାଗଡ ବାସି ଭୁୟସୀ ପ୍ରଶଂସା କରୁଛନ୍ତି ଦୁଃଖ ପରିତାପର ବିଷୟ ସରକାରୀ ସ୍ତରରେ ପ୍ରୋତ୍ସାହନ ରାଶି କି ସନମାନିତ କରାଯାଇନାହିଁ ବିଭୂତି ଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରନ୍ତି ଶରଣକୁଳ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସନ୍ତୋଷ କୁମାର ଷଡଙ୍ଗୀ,ମାନସ ମହାପାତ୍ର, ଶିକ୍ଷକ ବିଶ୍ୱଜିତ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ। ବିଭୂତି ଙ୍କ ଏପରି କାର୍ଯ୍ୟକ୍ରମ ନୟାଗଡ଼ ରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି,

More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା