ଖଲ୍ଲିକୋଟ: ପ୍ରତ୍ୟେକ ଙ୍କର ଆରମ୍ଭ, ବିକାଶ ଓ ବିଲୟ ଘଟେ । ଏହା ତ ସୃଷ୍ଟିର ଆଦିଯୁଗର କାହାଣୀ ଏବଂ ଚିରନ୍ତନ ସତ୍ୟ। କିନ୍ତୁ ଖଲ୍ଲିକୋଟ ର ଏ ଏକ ନିଆରା ଦୃଶ୍ୟ। ଶିକ୍ଷକ ସଂଘ ର ବରିଷ୍ଠ ଶିକ୍ଷକ, ସମାଜସେବୀ ପରୋପକାରୀ, ମିଷ୍ଟଭାଷୀ, ଧର୍ମ ପ୍ରୟାଣ, ଶିକ୍ଷକ ସଂଘ ର ନେତା,ପୋଲିଓ ନିରାକରଣର ପ୍ରଚାରକ , ଛୋଟ ଛୋଟ ଛୁଆ ମାନଙ୍କୁ ପୋଲିଓ ଟୀକାଦାନ ପାଇଁ ସୁବ୍ୟବସ୍ଥା ବାବା ବାଲୁଙ୍କେଶ୍ଵର ମନ୍ଦିର ରେ , ତଥା ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସକ୍ରିୟ କର୍ମୀ, ରୂପେ ବେଶ୍ ପରିଚିତ ସରୋଜ ଚନ୍ଦ୍ର ଜେନା ଙ୍କ ଗତ ୨୬-୮-୨୪ରେ ଵିୟୋଗ ଘଟିଛି । ସ୍ବର୍ଗତ ସରୋଜ ଚନ୍ଦ୍ର ଜେନା
ଙ୍କ ଆବିର୍ଭାବ ତା ୧-୯- ୧୯୪୫ ହୋଇଥିଲା ବେଳେ ଏବେ ତିରୋଧାନ ତା ୨୬- ୮-୨୪ ରେ ହୋଇ ଛି । ଖଲ୍ଲିକୋଟ ବ୍ଳକ୍ ରେ ବିଭିନ୍ନ
ବିଦ୍ୟାଳୟ ରେ ଶିକ୍ଷକତା ସମୟରେ ବହୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଛନ୍ତି । ସେ ମଧ୍ୟରୁ ଵାହୁତୀ ସାହି ସ୍ଥିତ ଟାଉନ୍ ପ୍ରାଥମିକ ବିଦ୍ୟାଳୟ , ତୋଟା ଗାଁ ର ପ୍ରାଥମିକ ବିଦ୍ୟାଳୟ ମୂକ ସାକ୍ଷୀ ଥିବା ଜଣାପଡ଼ିଛି। ସ୍ବର୍ଗତ ସରୋଜ ଚନ୍ଦ୍ର ଜେନା ହେଉଛନ୍ତି ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହା ବିଦ୍ୟାଳୟ ର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଶିରୀଶ ଚନ୍ଦ୍ର ଜେନା ଙ୍କ କନିଷ୍ଠ ଭ୍ରାତା। ଏହାଙ୍କ ମୃତ୍ୟୁ କୁ ନେଇ ସାରା ଖଲ୍ଲିକୋଟ ରେ ଶୋକରଚ୍ଛାୟା ଖେଳି ଯାଇଛି।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ