Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟରେ ଶ୍ରୀ ବାଜପେୟୀ ଙ୍କ ୬ଷ୍ଠ ତମ ପୁଣ୍ୟତିଥି ପାଳିତ

Spread the love

ଭାରତର ପ୍ରଧାନମନ୍ତ୍ରୀ ତଥା ପ୍ରଜ୍ଞା ପୁରୁଷ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ୬ଷ୍ଠ ପୂଣ୍ୟତିଥି ଓ ସ୍ମୃତି ଚାରଣ ସଭା ଗତ ୧୬. ୮. ୨୪ ରିଖ ଶୁକ୍ରବାର ନୂଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ରେ ପାଳିତ ହୋଇ ଯାଇଛି | ଟ୍ରଷ୍ଟ ର ଚେୟାରମ୍ୟାନ ଶ୍ରୀ ଅଜିତ କୁମାର ଦାସ ଙ୍କ ତତ୍ୱାବଧାନ ରେ ସକାଳ ସମୟରେ ଗୀତା ପାଠ ଓ ତିଳ ତର୍ପଣ କରାଯାଇ ପାର୍କ ରେ ଥିବା ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚନା କରାଯାଇ ଥିଲା | ପରେ ସନ୍ଧ୍ୟାରେ ଟ୍ରଷ୍ଟ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସମଜସେବୀ ଗୋରା ଚାନ୍ଦ ସିଂ ଯୋଗ ଦେଇ ନିରବ ପାର୍ଥନା କରିବା ସହ ବାଜପେୟୀ ଙ୍କ ଜୀବନାଦର୍ଶ ଉପରେ ବିଶୃତ ଭାବେ ବର୍ଣ୍ଣନା କରିଥିଲେ | ୧୯୯୯ ନାସିହା ପ୍ରକୃତୀର ୠଦ୍ର ତାଣ୍ଡବ ଓ ଧ୍ଵଂସ ଲୀଳା ମାତ୍ର ଦେଢ଼ ବର୍ଷରେ ପୁନଃ ନିର୍ମିତ ଓଡିଶା ଏ ଜାତି ଆଜି ସ୍ମରଣ କରୁଥିଲା ବେଳେ ତାଙ୍କର ମାନସ ପ୍ରସୂତ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା , ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା , ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ସମେତ ଅନେକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଦେଶକୁ ବିକାଶ ପଥରେ ଆଗେଇ ନେବାରେ ତାଙ୍କର ଆବଦାନ ଅତୁଳନୀୟ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଧ୍ରୁବ ଚରଣ ମହାପାତ୍ର , ଟ୍ରଷ୍ଟର ବରିଷ୍ଠ କର୍ମକର୍ତ୍ତା ତଥା ଆଇନଜୀବି କୈଳାସ ଚନ୍ଦ୍ର ସାହୁ , ଟ୍ରଷ୍ଟର ସହ ସମ୍ପାଦକ ସଂଜୀବ ମିଶ୍ର ପ୍ରମୁଖ ଯୋଗ ଦେଇ ବାଜପେୟୀ ଙ୍କ ଗୁଣ ଗାନ କରିବାସହ ପ୍ରଧାନମନ୍ତ୍ରୀ ଭାବରେ ସେ ବୋଧେ ଥିଲେ ସବୁଠାରୁ ଲୋକପ୍ରିୟ ଓ ସଫଳ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ | ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରି ଜାତୀୟ ରାଜପଥ ଉନ୍ନୟନ ପ୍ରକ୍ରିୟା , ସ୍ୱର୍ଣ୍ଣିମ ଚତୃଭୁଜ ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ଼ ଅବଦାନ ଥିଲା ବୋଲି କହିଥିଲେ | ଆମ୍ଭେମନେ ଯୋଉଦିନ ତାଙ୍କ ପରିକଳ୍ପନାକୁ ସାକାର କରିପାରିବା ସେଦିନ ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଅତିଥି ମନେ କହିଥିଲେ | ଉକ୍ତ କାର୍ଯ୍ୟକର୍ମକୁ ଟ୍ରଷ୍ଟର ଚେୟାରମ୍ୟାନ ଅଜିତ୍ କୁମାର ଦାସ ପରିଚାଳନା କରିଥିଲାବେଳେ ହଟ କିଶୋର ସେଠୀ ଧନ୍ୟବାଦ ଅର୍ପଣ ଦେଇଥିଲେ |

error: Content is protected !!
Breaking News