Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଯୁକ୍ତ ତିନି ଛାତ୍ରୀଙ୍କ ୨୦ ଦିନିଆ ଆତ୍ମ ସୁରକ୍ଷା ତାଲିମ

Spread the love

ବୁଗୁଡା : ବୁଗୁଡା ପିପୁଲସ କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀମାନଙ୍କ ୨୦ ଦିନିଆ ଆତ୍ମା ସୁରକ୍ଷା ତାଲିମ ଶିବିର ଅଗଷ୍ଟ ୧୩ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଯୁକ୍ତ ତିନି ଆତ୍ମ ସୁରକ୍ଷା କ୍ଳବ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲେ। ଆତ୍ମ ସୁରକ୍ଷା କ୍ଲବର ସଂଯୋଜିକା ଅଧ୍ୟାପିକା ଅନିତା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇ.କିୟୁ.ଏ.ସି. ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କ୍ରୀଡା ସଂଗଠନ ଉପ ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଓ ଏମ.ଏସ. ଦୋରା ଯୋଗଦେଇ ଆତ୍ମା ସୁରକ୍ଷା କୌଶଳ ତାଲିମ ଉତ୍ତମ ଭାବେ ଶିକ୍ଷା ଲାଭ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସମାଜରେ ନିଜର ସୁରକ୍ଷା ପାଇଁ ଆତ୍ମ ସୁରକ୍ଷା ତାଲିମ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ତାଲିମ ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମାଷ୍ଟର ଟ୍ରେନର ସମିତା ଜେନା ଓ ପୂଜାରଣୀ ସ୍ୱାଇଁ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ଏହି ତାଲିମ କାର୍ଯ୍ୟ ୨୦ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଶେଷରେ ସଂଯୋଜିକା, ଅଧ୍ୟାପିକା ଅନିତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!
Breaking News