Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ସଡ଼କ ଦୁର୍ଘଟଣାରେ ଅଟୋ ଚାଳକ ଆହାତ

Spread the love

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥ ପେଟ୍ରୋଲ ପମ୍ପ୍ ନିକଟରେ ଥିବା ବିକାଶ ଢ଼ାବା ପାର୍ଶ୍ବର ବାମ ପଟେ ଓଡି -୧୦ବି ୩୫୩୨ ନମ୍ବର ବିହୀନ ଅଟୋ ଟି ଠିଆ ହୋଇ ରହିଥିବା ସମୟରେ ପଛପଟୁ ଏକ ସାର ବୋଝେ଼ଇ ଭାରି ଯାନ ଗାଡି ଓ ଆର୍ ୧୦ ଜି ୧୯୦୩ ଗାଡ଼ିଟି ଧକା ଦେଇଥିଲା। ଫଲରେ ଅଟୋ ଚାଳକ ପଦୁ ଟାକ୍ରି ଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଅଟୋ ଚାଳକଙ୍କ ସ୍ତ୍ରୀ ଓ ପୁଅ ସୁରକ୍ଷିତ ଅଛନ୍ତି। ଘଟଣାରେ ଅଟୋ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଏହି ଘଟଣାରେ ଅଟୋ ଚାଳକ ସଂଘର ସଭାପତି ମୀନକେତନ ଦାସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ମାଲିକ ଙ୍କ ସହ କଥା ବାର୍ତ୍ତା ହୋଇ ଆପୋଷ ବୁଝାମଣା ରେ ପରିସ୍ଥିତି ଶାନ୍ତ ହୋଇଥିଲା। ଅଟୋ ଚାଳକ ସଂଘର ସଭାପତିଙ୍କ କହିବା ଅନୁସାରେ ଟ୍ରକ୍ ମାଲିକ ଅଟୋ ଚାଳକଙ୍କ ସମସ୍ତ କ୍ଷତିପୂରଣ କୁ ଭରଣ କରିବା ସହ ତାଙ୍କୁ ଡାକ୍ତରୀ ଖର୍ଚ୍ଚ ଦେବାପାଇଁ ମଧ୍ଯ ଟ୍ରକ୍ ମାଲିକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘଟଣା ଘଟିବା ପରେ କିଛି ସମୟ ଜାତୀୟ ରାଜପଥରେ ଭିଡ଼ ଦେଖିବାକୁ ମିଳିଥିଲା ।

error: Content is protected !!
Breaking News