ମାଲକାନଗିରି : ପଡିଆ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଲାଞ୍ଚ କାରବାର କଥା ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସତ୍ୟତା, ଜଣେ ଗ୍ରାମ ରୋଜଗାର ସେବକଙ୍କ ଅଡିଓ ଭାଇରାଲରୁ କୁହାଯାଉଛି। ଏଣୁ ଏହାର ତଦନ୍ତ ଜରୁରୀ ବୋଲି ଦାବି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ ଙ୍କ ସହ ଜିଆରଏସ ଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଛି। ଏଥିରେ ହିତାଧିକାରୀଙ୍କ ଠାରୁ ନେଇଥିବା ଟଙ୍କା ଦୁଇଟି କିସ୍ତିରେ ଫେରେଇବେ ବୋଲି ସମ୍ପୃକ୍ତ ଜିଆରଏସ କହୁଥିବା ବେଳେ ବକେୟା ଟଙ୍କା ହିତାଧିକାରୀଙ୍କ ଗାଁର ଅନ୍ୟ ଜଣେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରିଦେବେ ବୋଲି କହିଛନ୍ତି।
ଅପରପକ୍ଷରେ ହିତାଧିକାରୀ ଜଣକ ବିନମ୍ରତା ସହ ସମସ୍ତ ଟଙ୍କା ଥରକରେ ଫେରେଇବା ପାଇଁ ନିବେଦନ କରୁଛନ୍ତି। ବାର୍ତାଳାପରେ ଜିଆରଏସ କିଛି ଟଙ୍କା ଫୋନ ପେ ଆପ ଏବଂ ବଳକା ଟଙ୍କା ଅନ୍ୟ ଏକ ଆକାଉଣ୍ଟରେ ଜମା କରିବେ ବୋଲି କହିବାରୁ ସମ୍ପୂର୍ଣ ଘଟଣା ସନ୍ଦେହ ଘେରକୁ ଆସିଛି। ଏ ବାବଦରେ ସମ୍ପୃକ୍ତ ଜିଆରଏସ ଙ୍କୁ ପଚାରିବାରୁ ସେ କିଛି ଟଙ୍କା ହିତାଧିକାରୀଙ୍କ ଠାରୁ ଧାର କରିଥିବା କଥା କହିଛନ୍ତି ଏବଂ ଟଙ୍କା ଫେରେଇବା ପାଇଁ ହିତାଧିକାରୀଙ୍କୁ ଯୋଗାଯୋଗ କରିଥିବା କହିଛନ୍ତି। ତେବେ ହିତାଧିକାରୀଙ୍କ ସହ ଟଙ୍କା କାରବାର କରିବା ଅନେକ ପ୍ରଶ୍ନ ଉଠେଇଛି। ତେଣୁ ପଡିଆ ବିଡ଼ିଓଙ୍କୁ ପଚାରିବାରୁ ସେ ମଧ୍ୟ ତଦନ୍ତ ପରେ ହିଁ ଏହାର ସତ୍ୟତା ସ୍ପଷ୍ଟ ହବ ବୋଲି କହିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ