ଖୋର୍ଦ୍ଧା : ଗତ ୪/୫ ଦିନ ବର୍ଷା ଲାଗିଥିବାରୁ ଆଜି ଭୋରରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ୱର୍ ଜାତୀୟ ରାଜପଥ ଉପରେ ୩ ରୁ ୪ ଫୁଟ ପାଣିର ସୁଅ ଚାଲି ଥିବାର ଦେଖିବାକୁ ମିଳିଛି। ଯାନ ବାହାନ ଏବଂ ଲୋକଙ୍କ ଯାତାୟାତ ରେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳଥିଲା। ବାଘମାରି ଠାରୁ ବେଗୁନିଆ ଏବଂ ବାଘମାରି ଠାରୁ ସୀମାର ରାସ୍ତା ଉପରେ ପାଣିର ସୁଅ ଚାଲି ଥିବା ବେଳେ ଅନେକ ଘର ଏବଂ ଦୋକାନ ଘର ପାଣିରେ ରହି ଥିବାର ଦେଖିବାକୁ ମିଳିଥିଲା।
ଖୋର୍ଦ୍ଧା ପୋଲିସ ଟିମ୍ ସହ ଏସ ଡି ପି ଓ ଦିଲୀପ କୁମାର ଦାସ ବାଘମରିରରେ ପହଂଚି ପରିସ୍ଥିତିର ସମ୍ମୁଖୀନ କରି ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଧୀରେ ଧୀରେ ଯାନ ବାହନ ଯିବା ଆସିବାର ବେବସ୍ତା କରିଥିଲେ। ବେଗୁନିଆ ବୋଲଗଡ଼ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବର୍ଷା ପୂର୍ବରୁ ପ୍ରଶାସନ ଏଥି ପ୍ରତି ଆଗରୁ ଧ୍ୟାନ ଦେଇଥିଲେ ପରିସ୍ଥିତିରେ ସୁଧାର ହୋଇପାରିଥାନ୍ତା। ଏହା ପ୍ରତି ବର୍ଷ ପ୍ରବଳ ବର୍ଷା ଏବଂ ବନ୍ୟା ଜଳର ପରିସ୍ଥିତିରେ ଦେଖିବାକୁ ମିଳୁଛି। ଏହାର କୌଣସି ସମାଧାନର ବାଟ ହୋଇପାରୁନାହିଁ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ