ଜଳେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଂଚାୟତରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ ଘଟିକା ସମୟରେ ଲକ୍ଷ୍ମଣନାଥ ଗ୍ରାମର ନିତାଇ ଧଳଙ୍କ ପତ୍ନୀ ଜ୍ୟୋତ୍ସ୍ନା ରାଣୀ ଧଳ(୩୬) ନିକଟରେ ଥିବା ବିଲକୁ ଧନ ରୋଇବା ପାଇଁ ଯାଇଥିଲେ।ସେଠାରେ କାମ ସାରି ଘାସ କାଟି ଫେରିବା ସମୟରେ ହଠାତ ବଜ୍ରପାତ ପଡିବା ଫଳରେ ଘଟଣା ସ୍ଥଳରେ ଜ୍ୟୋତ୍ସ୍ନା ରାଣୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ଜ୍ୟୋତ୍ସ୍ନା ରାଣୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିକଟବର୍ତ୍ତୀ ଜି. କେ. ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଖବର ପାଇ ସରପଞ୍ଚ ରଞ୍ଜନ କୁମାର ମହାନ୍ତି,ବିଜେପି ନେତା ଅକ୍ଷୟ କୁମାର ସାହୁ, ସରୋଜ କୁମାର ମହାନ୍ତି,ଧ୍ରୁବ ଚରଣ ବେରା, ଶୀତଳ ପ୍ରସାଦ ମହାନ୍ତି ପ୍ରମୁଖ ମୃତ ଜ୍ୟୋତ୍ସ୍ନା ରାଣୀଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାମୀ, ପରିବାରଵର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ।ତାଙ୍କର ୧୬ ବର୍ଷର ଜଣେ ଝିଅ ଓ ୧୩ ବର୍ଷର ଏକ ପୁଅ ଅଛନ୍ତି।ତାଙ୍କର ପରିବାରଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024