ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ଗ୍ରାମ ଲକ୍ଷ୍ମୀଧର ସୋରେନଙ୍କ ସାନ ପୁଅ କାଳୀ ଚରଣ ସୋରେନ ବଜ୍ରପାତ ରେ ମୃତ୍ୟୁବରଣ କରିଛନ୍ତି। ମୋରଡା ପଞ୍ଚାୟତର ମାଳିହତା ଗ୍ରାମର ଦୁଇ ଜଣ ବ୍ୟକ୍ତି ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ପାଞ୍ଚଗୁଛିଆ ଗ୍ରାମ ର ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନାଅନୁସାରେ ଆଜି ଦିନ ୨ଟା ସମୟରେ ବର୍ଷା ଆରମ୍ଭ ହୋଇଥିଲା , ବିଳମ୍ବରେ ବର୍ଷା ଯୋଗୁଁ ଚାଷୀ ମାନେ ଏବେ ବିଲରେ ଚାଷ କାମରେ ଲାଗିପଡିଛନ୍ତି ।
ତେବେ ବର୍ଷା ସହିତ ବଜ୍ରପାତ ହେଉଥିବା ବେଳେ ଚାଷୀମାନେ ଏହାକୁ ଖାତିର ନ କରି ବିଲରେ ଚାଷ କାମରେ ଲାଗିପଡିଥିବା ଦେଖିବାକୁ ମିଳିଛି । ତେବେ ଆଜି ସଚେତନତା ଅଭାବ ରୁ ମାଳିହତା ଗ୍ରାମର ଗଣିଆ ସିଂ , ବାବୁଲା ସିଂ ଓ ପାଞ୍ଚଗୁଛିଆ ଗ୍ରାମର ରଞ୍ଜନ ସିଂ ଚାଷ କାମ ପାଇଁ ବିଲ ରେ ଥିବା ସମୟରେ ବଜ୍ରପାତ ମାରିଥିଲା . ବଜ୍ରପାତ ରେ ତିନି ଜଣ ଚେତା ଶୂନ୍ୟ ହୋଇ ଟଳି ପଡ଼ିଥିଲେ । କିଛି ଦୂରରେ ବିଲରେ କାମ କରୁଥିବା ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ମୋରଡା ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ମୋରଡା ଡାକ୍ତରଖାନା ରେ ନା ଥିଲେ ଫାର୍ମାସିଷ୍ଟ ନା ଥିଲେ ଡାକ୍ତର । ତେବେ ଅତି ଗୁରୁତର ଥିବା ଗଣିଆ ସିଂ ଙ୍କ ପରିବାର ଲୋକେ ନିଜ ଖର୍ଚ୍ଚ ରେ ଗାଡି କରି ବାରିପଦା ମେଡିକାଲ ନେଇ ଯାଇଥିବା ଜଣାପଡିଛି ।
ଅପରପକ୍ଷରେ ଅନ୍ୟ ଦୁଇଜଣ ସରକାରୀ ଆମ୍ବୁଲାନ୍ସ କୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ଗ୍ରାମ ଲକ୍ଷ୍ମୀଧର ସୋରେନଙ୍କ ସାନ ପୁଅ କାଳୀ ଚରଣ ସୋରେନ ବିଲ କାମ ସାରି ଘରକୁ ଫେରିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024