ବଲାଙ୍ଗୀର : ପୁଇତଲା ପ୍ରଗତି ଏଫ୍ ପିସି ସଭାଗୃହ ଠାରେ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ଵରେ ଜିଲ୍ଲାର 10କେ ଏଫ୍ ପିସି ସମୂହର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୋତିଲାଲ ମିଶ୍ର ବୈଠକର ଉଦ୍ଦେଶ୍ୟ ଓ ସଂଘ ଗଠନର ଆବଶ୍ୟକତା ସଂପର୍କରେ ବିସ୍ତୁତ ଆଲୋଚନା କରି ମିଳିତ ପ୍ରୟାସ ପାଇଁ ଆହ୍ବାନ କରିଥିଲେ । ରାଜକୁମାର ଜୁଏଡ, ଝୁଲେଶ୍ବର ବାଗ, ବଳରାମ ବେହେରା, ବିଘ୍ନରାଜ ପଧାନ, ହିମାଂଶୁ ସାହୁ, ବିଘ୍ନରାଜ ମିଶ୍ର ପ୍ରମୁଖ 11ଜଣିଆ କମିଟୀର ନିର୍ଦ୍ଦେଶକଙ୍କ ମତାମତ ଓ ସମ୍ମତି କ୍ରମେ “ବଲାଙ୍ଗୀର 10କେ ଏଫପିସି ମହାସଂଘ” ଗଠନ କରାଗଲା। ସଭାପତି ଭାବରେ ସ୍ନିଗ୍ଧାମୟୀ ମେହେର , ସଂପାଦକ ମୋତିଲାଲ ମିଶ୍ର, ଉପ ସଭାପତି ଉଦୟ ନାଏକ, ସହ ସଂପାଦକ ରାଜକୁମାର ଥପା ଓ ପ୍ରହଲ୍ଲାଦ ସାହୁଙ୍କୁ ଆବହକ ଚୟନ କରି ଦାୟିତ୍ଵ ଦିଆଗଲା। ମଧୁସୂଦନ ଖେତି ସ୍ଵାଗତ ଅଭିଭାଷଣ ଓ ବାସୁଦେବ ବସ୍ତିଆ ଧନ୍ୟବାଦ ଅର୍ଫଣ କରିଥିଲେ। ମହାଶକ୍ତି ଫାଉଣ୍ଡେସନର ସମ୍ପଦ ପଟେଲ ଏକକ ଯୋଜନା ସମସ୍ତଙ୍କ ପାଇଁ ଶକ୍ତି ବୋଲି ମତରଖି ସଂଘର ରୂପରେଖ ସର୍କରେ ପରାମର୍ଶ ଦେଇଥିଲେ। ସୂଚାଇ ଦିଆଯାଏ ଯେ, 10କେ ଯୋଜନାରେ ନାବାର୍ଡ ସହାୟତାରେ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ଗଠିତ ଏଫ୍ ପିସି କାର୍ଯ୍ୟକରୁଛି। ଯହିଁରେ ଜିଲ୍ଲାର ଏଯାଏ 7ହଜାର ରୁ ଅଧିକ ଅଂଶୀଦାର ଚାଷୀ ଅଛନ୍ତି । ଏ ସଂଘ ଜିଲ୍ଲାର ବୃହତ ଚାଷୀ ସଂଗଠନ ସରକାର ତଥା ବିଭିନ୍ନ ବିଭାଗ ସହ ସମନ୍ୱୟ, କୃଷିଜାତ ସାମଗ୍ରୀ ପାଇଁ ବଜାର ବ୍ୟବସ୍ଥା,ଏଫ୍ ପିସିର ସ୍ଥାୟୀତ୍ବ, ସଚେତନତା ସୃଷ୍ଟି ତଥା ସାର ଔଷଧ ଯୋଗାଣ ଇତ୍ୟାଦି ସଂଘ କାର୍ଯ୍ୟ କରିବ ବୋଲି ଶ୍ରୀମିଶ୍ର କହିଛନ୍ତି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର