କନ୍ଧମାଳ : ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି ! ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପ-ଜିଲ୍ଲାପାଳ ଡଃ ରୀନା ପ୍ରଧାନ ଯୋଗ ଦେଇ କ୍ରୀଡା ଦିବସରେ ପତାକା ଉତ୍ତୋଳନ କରିବା ପରେ ମିନି ମାରାଥନ୍ ଆରମ୍ଭ ହୋଇଥିଲା ! ଉପ-ଜିଲ୍ଲାପାଳ ଡଃ ରୀନା ପ୍ରଧାନ ଓ ଏସଡ଼ିପିଓ ରାହୁଲ ଗୋଏଲ ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ ! ଏହି ମିନି ମାରାଥନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କ୍ରୀଡ଼ାବିତ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ! ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରୁ ମିନି ମାରାଥନ ଆରମ୍ଭ ହୋଇ ଆଦିବାସୀ କଲେଜ ଛକରୁ ପୁଣି ମିନି ଷ୍ଟାଡିୟମ ଯାଏ ପ୍ରତିଯୋଗିତା ହୋଇଥିଲା ! ଜାତୀୟ କ୍ରୀଡା ଦିବସ ପାଳନ ନେଇ ଅତିଥିଗଣ ମେଜର ଧ୍ୟାନଚାନ୍ଦଙ୍କ ପଟୋଚିତ୍ରରେ ପୁଷ୍ପ ଓ ଉତ୍ତରୀୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ! ମିନି ମାରାଥନରେ ଯୁବକ ବିଭାଗରେ ଅଶିବଲ ନୂଆ ମାଝୀ ଚମ୍ପିୟାନ ହୋଇଥିବାବେଳେ ସନ୍ତୋଶୀମା କଂହର ଯୁବତୀ ବିଭାଗରେ ଚମ୍ପିୟାନ ହୋଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ମାନଗୋବିନ୍ଦ ଦୀପ, ଯୋଗେଶ୍ୱର ପ୍ରଧାନ, ମଳୟ ରଞ୍ଜନ ମଲିକ, ଶଶୀକାନ୍ତ କଂହର, ଚାନ୍ଦିନୀ ବାଘ, ପ୍ରିୟଲତା ନାୟକ, ନନ୍ଦିନୀ ବାଘ ଓ ତନୁଶ୍ରୀ ନାଗ ପ୍ରମୁଖ ମିନି ମାରାଥନରେ ନିଜର ପାରଦର୍ଶିତା ଦେଖାଇଥିଲେ ! ଏହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ ! ପ୍ରଥମ ଥର ଲାଗି ଉପଖଣ୍ଡ କ୍ରୀଡା ସଂଘ ଜିଲ୍ଲା ସ୍ତରର ସମସ୍ତ କ୍ରୀଡ଼ାବିତଙ୍କୁ ନେଇ ମିନି ମାରାଥନ ଆୟୋଜନ ହୋଇଥିବାରୁ ଉପ-ଜିଲ୍ଲାପାଳ ଡଃ ରୀନା ପ୍ରଧାନ ଖୁସି ଜାହିର କରିବା ସହ ଜାତୀୟ କ୍ରୀଡା ଦିବସରେ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ! ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବାଲିଗୁଡା ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ! କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ତୀର୍ଥବାସୀ ଘଡେଇ ପରିଚାଳନା କରିଥିବାବେଳେ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଶିବାନନ୍ଦ ପଟନାୟକ, ସହ-ସମ୍ପାଦକ ଶ୍ରୀନିବାସ ଦୋରା, ଉପଦେଷ୍ଟା ଗଙ୍ଗାଧର ପଣ୍ଡା ଓ ସୁରେନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ! ଆଉ ଶେଷରେ ମିନି ଷ୍ଟାଡିୟମ ପରିସରରେ ଉପ-ଜିଲ୍ଲାପାଳ ଡଃ ରୀନା ପ୍ରଧାନ ଓ ଏସଡ଼ିପିଓ ରାହୁଲ ଗୋଏଲ ବୃକ୍ଷ ରୋପଣ କରିଥିଲେ !
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ