ଦଶପଲ୍ଲା : ସ୍ଥାନୀୟ କୃଷ୍ଣ ପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଜାତୀୟ ଶିକ୍ଷା ନିତୀ -୨୦୨୦ ଅନୁଯାୟୀ ଶିକ୍ଷା ସପ୍ତାହ ଜୁଲାଇ ୨୨ ରୁ ୨୮ ମଧ୍ୟ ପାଳନ କରାଯାଇଥିଲା। ଆୟୋଜିତ ଏକ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣିମାସୀ ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ଵେହେରା, ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସମାଜ ସେବୀ ସଜ୍ଜନ ରାୟ, ସଦର ଫରେଷ୍ଟର ଶ୍ରବଣ କୁମାର,ପ୍ରାକ୍ତନ ଫରେଷ୍ଟର ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ରହି ବନମହୋତ୍ସବ ସଂପର୍କରେ ଆଲୋଚନା କରିଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ବାରା ସଜନା, ଲେମ୍ବୁ,, ଅଅଁଳା ଆଦି ବୃକ୍ଷ ରୋପଣ କରାଯାଇଥିଲା।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ