ବନବାସୀ କଲ୍ୟାଣ ଆଶ୍ରମର ଯୁବ ଆୟାମ୍ ସମ୍ମିଳନୀ

Spread the love

କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧିନସ୍ଥ କାଳିଆଗୁଡା ଗ୍ରାମରେ ଆଜି ତା-୨୮/୦୮/୨୪ ରିଖ ଦିନ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଯୁବ ଆୟାମ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବାଲାଜୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଅଖିଳ ଭାରତୀୟ ଯୁବ ଆୟାମ୍ ପ୍ରମୁଖ ମାନନୀୟ ବୈଭବ ସୁରଙ୍ଗଜୀ ଯୋଗ ଦେଇ ଭାରତୀୟ ସଂସ୍କୃତି ପାଇଁ ଜନଜାତି ମାନଙ୍କ ଭୂମିକା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ପ୍ରାନ୍ତ ଆୟାମ୍ ପ୍ରମୁଖ ରତିକାନ୍ତ ସାହୁ ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟର ପ୍ରଚାର ପ୍ରସାର ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ବନବାସୀ ମାନେ ଯେ ଭାରତର ମୂଳ ବାସିନ୍ଦା ତଥା ଏମାନଙ୍କର ଉନ୍ନତି ହେଲେ ଭାରତର ଉନ୍ନତି ହେବ ବୋଲି ଜୟପୁର ନଗର ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର ମତବ୍ୟକ୍ତ କରିଥିଲେ। ସୁନାମଣି ନାୟକ ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଗୀତା ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ବିଷୋୟୀ, ସଦା ଭୂମିଆ, ଅରୁଣ ପାଳ, ଲକ୍ଷ୍ମଣ ଗାଦବା, ଅମର ପାଳ, ଚାନ୍ତି ବିମାଲା,ବେଣୁଧର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

You may have missed

error: Content is protected !!
Breaking News