ବନ୍ଦେ ଭାରତ ଟ୍ରେନ କେନ୍ଦୁଝରଗଡ ଦେଇ ବ୍ରହ୍ମପୁର ଦୃତ ବେଗରେ ଗଡ଼ିବ

Spread the love

କେନ୍ଦୁଝର ୦୮/୦୯ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ ଖୁସି ଖବର ବାନ୍ଦେ ଭାରତ ଟ୍ରେନ ଆସନ୍ତା ୧୫/୦୯/୨୦୨୪ ରିଖ ଦିନ ଠାରୁ ମଙ୍ଗଳବାର ବ୍ୟତୀତ ସପ୍ତାହର ଛ’ଦିନ ଚଳାଚଳ କରିବ । ଝାଡ଼ଖଣ୍ଡ ରାଜ୍ୟ ଟାଟା ନଗର ରୁ ଓଡ଼ିଶା ରାଜ୍ୟ କେନ୍ଦୁଝର ଗଡ ଦେଇ ବ୍ରହ୍ମପୁର କୁ ବନ୍ଦେ ଭାରତ ଟ୍ରେନ ଦୈନିକ ଚଳାଚଳ ପାଇଁ ଟ୍ରାଏଲ ରନ ଶେଷ ହୋଇଛି । ବନ୍ଦେ ଭାରତ ଟ୍ରେନ ଗଡିବ ଟାଟା ନଗର ରୁ ବାହାରି କେନ୍ଦୁଝରଗଡ,କଟକ, ଭୁବନେଶ୍ୱର ଦେଇ ବ୍ରହ୍ମପୁରକୁ ବନ୍ଦେ ଭାରତ ଟ୍ରେନ ଦୃତ ବେଗରେ ଚାଲିବ । ୫୮୬ କିଲୋ ମିଟର ରାସ୍ତା କୁ ମାତ୍ର ୯ ଘଣ୍ଟା ୧୦ ମିନିଟ ସମୟ ଲାଗିବ । ଗତ କାଲି ରବିବାର ବନ୍ଦେ ଭାରତ ଟ୍ରେନ ଟିକୁ ଟ୍ରାଏଲ୍ ରନ୍ ଭାବେ ଟାଟା ରୁ ସକାଳ ୫:୨୦ ମିନିଟ ସମୟ ରେ ବାହାରି କେନ୍ଦୁଝର ୮:୫୫ ମିନିଟ ସମୟ ରେ ପହଞ୍ଚିବା ପରେ କୃ ମେମ୍ବର ବଦଳି ପରେ ୯:୦୫ ମିନିଟ ସମୟ ରେ ଛାଡ଼ି ଭୁବନେଶ୍ୱର ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛି । ଏହି ବନ୍ଦେ ଭାରତ ଟ୍ରେନ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ୧୫ ତାରିଖରେ ଶୁଭ ଉଦଘାଟନ କରିବେ ବୋଲି ସୂଚନା ମିଳିଅଛି । କେନ୍ଦୁଝର ଜିଲ୍ଲା ବାସୀ ଙ୍କ ବହୁ ଦିନର ପ୍ରତୀକ୍ଷା ସଫଳ ହୋଇଛି । ଆସନ୍ତା ଶୁଭ ଦିବସ ରେ ଟାଟା ରୁ ସକାଳ ୫:୨୦ ମିନିଟ ସମୟ ରେ ବାହାରି ବ୍ରହ୍ମପୁର ୨:୩୦ ମିନିଟ ସମୟ ରେ ପହଞ୍ଚିବ । ପୁଣି ବ୍ରହ୍ମପୁର ରୁ ପ୍ରତ୍ୟାବର୍ତ୍ତନ ଅପରାହ୍ନ ୩ ଘଟିକା ରେ ଛାଡ଼ି, ଟାଟା ରେ ରାତ୍ର ୧୧:୫୫ ମିନିଟ ସମୟର ପହଞ୍ଚିବ।
ଯିବା ଆସିବା ୧୧୭୨ କିଲୋ ମିଟର ହେବ ଟ୍ରେନ ର ବେଗ ୬୩ ରୁ ୯୨ ମଧ୍ୟ ରେ ରହିବ । ସକାଳେ ଟାଟା ରୁ୫:୨୦ ରେ ଛାଡ଼ିବ,ଡାଙ୍ଗୁଆପଶି ୭:୦୨,ବାଂଶପାଣି ୭:୪୫, ନୟାଗଡ ୮:୩୮,କେନ୍ଦୁଝର ଗଡ ୮:୫୭,ହରିଚନ୍ଦନ ପୁର ୯:୩୬,ଯାଖିପୁର ୧୦:୩୭,କଟକ ୧୧:୨୫, ଭୁବନେଶ୍ବର ୧୨:୦୨, ଖୋର୍ଦ୍ଦା ୧୨:୩୨,ବାଲୁଗାଁ ୧:୨୫ , ଶେଷ ରେ ବ୍ରହ୍ମପୁର ୨:୩୦ ମିନିଟ ସମୟ ରେ ପହଞ୍ଚିବା ଧାର୍ଯ୍ୟ ହୋଇଛି ।

error: Content is protected !!
Breaking News