ବାଂଲାଦେଶରେ ତୀବ୍ର ବିକ୍ଷୋଭ ଓ ହିଂସା କାଣ୍ଡ ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି। ସୂଚନା ଅନୁଯାୟୀ, ଶେଖ୍ ହସିନା ମଧ୍ୟ ବାଂଲାଦେଶ ଛାଡ଼ି ଛନ୍ତି। ସେପଟେ ସେଠାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ହିଂସା କାଣ୍ଡ ମଧ୍ୟ ଘଟୁଛି । ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସଙ୍କଟ ମଧ୍ୟରେ ସୀମାରେ ଯେକୌଣସି ଅପ୍ରୀତିକର ଘଟଣାର ମୁକାବିଲା ପାଇଁ ଭାରତ ସରକାର ମଧ୍ୟ ସକ୍ରିୟ ହୋଇଛନ୍ତି।
ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ବିଏସଏଫ୍ ଡିଜି ଦଲଜିତ ଚୌଧୁରୀ କୋଲକତାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଓ ସୀମାରେ ଯବାନ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶରେ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତ ଆସିବାର ସମ୍ଭାବନା ରହିଛି । ଏହି କାରଣରୁ ଭାରତ ସତର୍କ ହୋଇଯାଇଛି ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ