ବଣୁଆ ହାତୀ ଘର ଭାଙ୍ଗିବା ଠାରୁ ଦୀର୍ଘ ୫ପାଞ୍ଚବର୍ଷ ବିତିଯାଇଥିଲେ ସୁଦ୍ଧା ଘର ଖଣ୍ଡେ ମିଳିପାରିଲାନାହିଁ ୨ପରିବାରଙ୍କୁ ଗୁରୁଚରଣ ଭକ୍ତା ଓ଼ ତାଙ୍କ ଭାଇ ଭରତ ଭକ୍ତାଙ୍କ ଘର ୫ବର୍ଷ ପୂର୍ବେ ବଣୁଆଁ ହାତୀ ଦୁଇ ଭାଇଙ୍କ ଘରକୁ ଭାଙ୍ଗି ଚୂରର୍ମାର କରି ଦେଇଥିଲା, ଘଟଣା ସ୍ଥଳରେ ଡେଙ୍ଗୁଳା ଫରେଷ୍ଟର, କୋଇଡା ଫରେଷ୍ଟର ପହଞ୍ଚି ଘଟଣା ପରକ୍ଷୀ କ୍ଷତିଗ୍ରସ୍ତ ୨ ଭାଇଙ୍କୁ ୨ଟି ତ୍ରିପାଲ ୫କେଜି ଲେଖାଏଁ ଚାଉଳ ଦେଇ ଚୁପ ହୋଇରହିଗଲେ ବନୋବିଭାଗ, ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କୋଇଡା ପଞ୍ଚାୟତ ବାଲଜୁଳି ଗ୍ରାମର କଥା, ହେଲେ ୨ଭାଇଙ୍କ ଦୁଃଖ ସେଥିକିରେ ସରିନଥିଲା ଭରତ ଭକ୍ତାଙ୍କ ୪ଛୁଆ ସ୍ତ୍ରୀ ଙ୍କୁ ଧରି ଗାଟିଏ ଗଛମୂଳେ ଖଣ୍ଡେ ପାଲ ଘର କରି ରହୁଥିବାବେଳେ ତାଙ୍କ ଭାଇ ଗୁରୁଚଣ ୫ଛୁଆ ସ୍ତ୍ରୀଙ୍କୁ ଧରି ଏଘର ସେଘର ହେଉଥିବାର ଦେଖି ସନୁ ନାଏକ ତାଙ୍କ ଦୁଃଖ ସହିନ ପାରି ଗୋଟିଏ ଗୋରୁ ଗୁହାଳଟି ତାଙ୍କୁ ଛାଡ଼ିଦେଇଥିଲେ ଗୁରୁଚରଣ ତାଙ୍କ ସ୍ତ୍ରୀ ଓ଼ ଛୁଆ ପିଲାଙ୍କୁ ଧରି ସେଠାରେ ଆଜି ପର୍ଯ୍ୟନ୍ତ ରହିଆସୁଛନ୍ତି,ଘରଟିଏ ପାଇବା ଆଶାରେ ପଞ୍ଚାୟତ କୁ ବାରମ୍ବବାର ଡକମେଣ୍ଟ ଦେଇଥିଲେ ମଧ୍ୟ୍ୟ ଘର ଟିଏ ମିଳିପାରିଲାନାହିଁ,ଦେଇଥିବା ଡକମେଣ୍ଟ ସବୁ ଫାଇଲ ଭିତରେ ଚାପିହୋଇ ରହିଯାଉଛି, କି ପାତର ଅନ୍ତତର ମନଭାବ ପାଇଁ ୨ଭାଇଙ୍କୁ ଘରଟିଏ ମିଳିପାରୁନିବୋଲି ସାଧାରଣରେ ପ୍ରଶ୍ନବାଚୀ ଉଙ୍କି ମାରୁଛି,ଏପଟେ ରାଜ୍ୟ ସରକାର ମାଳ ମାଳ ଯୋଜନା ବାହାର କରୁଥିବା ବେଳେ ପ୍ରକୁତ ହିତାଧିକାରୀଙ୍କ ପାଖକୁ ପହଞ୍ଚୁଛି କି ନାହିଁ ତାହା ତଦନ୍ତ କରିବାକୁ କେହି ନାହିଁ ନ୍ୟୁଜ ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ଦୁଇ ଭାଇଙ୍କ ପାଖକୁ କେବେ ପହଞ୍ଚୁଛନ୍ତି ଓ଼ ତାଙ୍କର ଦୁଃଖ କେବେ ଦୂର ହେଉଛି ଦେଖିବାକୁ ବାକିରହିଲା l ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପ୍ରତିନିଧି ସୁରେଶ ଦାଶଙ୍କ ରିପୋର୍ଟ ମନ୍ଥନ ଲାଇଭ l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ