Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଖଲ୍ଲିକୋଟର ଶ୍ରୀ ଶ୍ରୀ ଶ୍ରୀ ବରାଳବାଲୁଙ୍କେଶ୍ଵର ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ଼

Spread the love

ଖଲ୍ଲିକୋଟ : ଶ୍ରାବଣ ମାସ ରେ ପ୍ରଥମ ସୋମବାର ଦିନ ଠାରୁ ଆରମ୍ଭ କରି ମାସର ପ୍ରତ୍ୟେକ ସୋମବାର ମାନଙ୍କରେ ଶିବାଳୟ ମନ୍ଦିରରେ ବୋଲବମ୍ ଭକ୍ତ ଙ୍କ ସମାଗମ ହୋଇ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଖଲ୍ଲିକୋଟର
ଶ୍ରୀ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରର ପରିବେଶ ନିଆରା । ଆଜି ସ୍ଥାନୀୟ ଖଲ୍ଲିକୋଟ ବରାଳ ବାଲୁଙ୍କେଶ୍ୱର ମନ୍ଦିର ଚଳଚଞ୍ଚଳ ହେବାର ଦୃଶ୍ୟ ପରିଲକ୍ଷିତ ହେଉଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ବୋଲବମ୍ ଭକ୍ତ ଙ୍କ ଆଗମନ ରେ ମନ୍ଦିର ର ପରିବେଶ ଖୁବ୍ ଝକାସ ଦେଖା ଯାଉଛି। ଖଲ୍ଲିକୋଟ ର ସ୍ଥାନୀୟ ଲୋକମାନେ ତଥା ମନ୍ଦିର ପରିଚାଳନା କମିଟି ର ସ୍ବେଚ୍ଛାସେବୀ ସଂଗଠନ ର ଭକ୍ତମାନେ ପ୍ରସାଦ ସେବନ ର ଆୟୋଜନ କରିଛନ୍ତି ବୋଲି ଜଣାପଡିଛି

error: Content is protected !!
Breaking News