ରଣପୁର : ସରିଲାଣି ଅବଧି, ସରୁନି ନିର୍ମାଣ କାମ, ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ବ୍ରିଜ,ମିଲିଭଗତରେ ଚାଲିଛି ହରିଲୁଟ,ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି ଲୋକଙ୍କ ସ୍ୱାର୍ଥ l ପିସି କାରବାରରେ ଝୁଣ୍ଟିଛି ବିକାଶ l ବ୍ରିଜ ନିର୍ମାଣରେ ବିଳମ୍ୱ ହେତୁ ଯାତାୟାତ ପାଇଁ ନାହିନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସି l ଇଏ ହେଉଛି ନୟାଗଡ ଜ଼ିଲ୍ଲାର ସୁନାଖଳା ଓ ରଣପୁରକୁ ସଂଯୋଗ କରୁଥିବା ମଳାକୁଣି ସେତୁର ଦୃଶ୍ୟ l 5 କୋଟି 41ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି ବ୍ରିଜର ନିର୍ମାଣ କାମ, l 2014 ମସିହାରେ ବ୍ରିଜନିର୍ମାଣ ପାଇଁ ହୋଇଥିଲା ଶିଳାନ୍ୟାସ l ଏହାରି ଭିତରେ ଏକାଧିକ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ସରୁନି ବ୍ରିଜ ନିର୍ମାଣ କାମ l ପୂର୍ତ୍ତ ବିଭାଗ ଅଧୀନରେ ବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ନିର୍ମାଣରେ ନିମ୍ନମାନର କାମ ସାଙ୍ଗକୁ ସରୁ ଓ ଲୋକାଲ ରଡ଼ ବ୍ୟବହାର କରାଯାଉଥିବାରୁ ବ୍ରିଜର ସ୍ଥାୟୀତ୍ୱକୁ ସନ୍ଦେହ ସୃଷ୍ଟି କରିଛନ୍ତି ସ୍ଥାନୀୟ ବାସି l ସେପଟେ ସହକାରୀ ଯନ୍ତ୍ରୀ ଅସୁସ୍ଥତା ଦର୍ଶାଇ କେବେବି ବ୍ରିଜ ନିର୍ମାଣ କାମର ତଦାରଖ କରୁନଥିବା ବେଳେ ଠିକାଦାର ମନଇଚ୍ଛା କାମକରୁଥିବାରୁ ବଡ଼ ଧରଣର ଦୃନୀତି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସି l
ସେପଟେ ବ୍ରିଜ ନିର୍ମାଣ କାମ ହେଉଥିବାରୁ ଲୋକଙ୍କ ଯାତାୟାତ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ପାଲଟିଛି ମରଣଯନ୍ତା l ଏହି ରାସ୍ତା ଉପରେ ଆଖ ପାଖ ଅଞ୍ଚଳର 20ଟି ପଂଚାୟତର ଲୋକେ ନିର୍ଭର କରିଥାନ୍ତି l ପ୍ରତିଦିନ ଶହ ଶହ ସଂଖ୍ୟକ ଭାରୀଯାନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି,କିନ୍ତୁ ରାସ୍ତାର ଦୁରାବସ୍ଥା ପାଇଁ ନାହିଁ ନଥିବା ଅସୁବିଧା ଭୋଗନ୍ତି ଲୋକେ l ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଓ ଠିକାଦାର ପ୍ରତି ସ୍ଥାନୀୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅନୁକମ୍ପା ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସି l
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025