ଓଡ଼ିଶାର ଏକ ପ୍ରମୁଖ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ଙ୍କ ଧାମକୁ ଭଦ୍ରକ ସହର ରୁ ଯାଇଥିବା 35 ନମ୍ବର ରାଜ୍ୟରାଜପଥ ରୁ ଓଳଗ ମଠଡିହ ଠାରୁ ସାଠୀବାଙ୍କୁଡ଼ା ଏବଂ ବୋଡ଼କ ଦେଇ ବୈତରଣୀ ନଦୀବନ୍ଧ ଉପରେ ଯାଇଥିବା ଏହି ଗୁରୁତ୍ଵପୂର୍ଣ୍ଣ ରାସ୍ତାଟି ଯାଜପୁର ଜିଲ୍ଳାର ମଙ୍ଗଳପୁର ଏବଂ ଭାୟା ଜାଜପୁର ସହର ଦେଇ ପାଣି କୋଇଲି ଠାରେ ପାଞ୍ଚ ନମ୍ବର ଜାତୀୟ ରାଜପଥ ରେ ମିଶିଥିବା ଉକ୍ତ ରାସ୍ତାଟି ବୋଡକ ଏବଂ ସାଠୀବାଙ୍କୁଡ଼ା ଠାରେ ପ୍ରତ୍ୟେକ ବର୍ଷ ବୈତରଣୀ ନଦୀ ର ବନ୍ୟା ଛାଡ଼ ପରେ ରାସ୍ତାର କିଛି ଅଂଶ ଅତଡ଼ା ଖାଇ ନଦୀକୁ ଚାଲିଗଲାପରେ ଧାରାବାଇକଭାବେ ଏଠାରେ ଟ୍ରିପ୍ ଟ୍ରିପ ବୋଲ୍ଡର ପକା ଯିବାସହ କାଠବଲାମାନ ପୋତାଯିବା ସହ ହଜାର ହଜାର ସଂଖ୍ୟାରେ ବାଲିବସ୍ଥା ମାନ ପକାଯାଇ ବାଉଁଶ ପାତିଆ ରେ ଜାଫର କାମ ଇତ୍ୟାଦି ହେଉଛି ।

ହେଲେ ଏଠାରେ ବୁଦ୍ଧିଯିବୀ ମହଲ ରେ ମନରେ ପ୍ରଶ୍ନମାନ ଉଙ୍କିମାରୁଛି ଯେ, ଉକ୍ତ କାର୍ଯ୍ୟମାନ କେଉଁ ବିଭାଗ ହେପାଜତ ରେ କରା ଯାଉଛି ? ଅର୍ଥ ମଞ୍ଜୁର କେଉଁ ବିଭାଗ କରୁଛି ? ଠିକାଦାର କେଉଁ ବିଭାଗ ଦ୍ଵାରା ଚୟନ କରାଯାଇ କାର୍ଯ୍ୟମାନ ସମ୍ପାଦନା କରାଯାଉଛି ? ନା , ସେହି ସ୍ଥାନରେ ସେହି ଏକା କାମକୁ ଦେଖା ଯାଇ ଦୁଇଟି ବିଭାଗ ରେ ବିଲ୍ କରାଯାଉଛି ? ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନମାନ ବୁଦ୍ଧିଜୀବୀ ମହଲ ରେ ଉଙ୍କି ମାରୁଛି । ତେଣୁ ଆଜକୁ ଦୀର୍ଘ ଦିନ ହେଲା ଉକ୍ତ ସ୍ଥାନରେ ହେଉଥିବା କାର୍ଯ୍ୟର ସଠିକ୍ ଏବଂ ଉପଯୁକ୍ତ ତଦନ୍ତ କରା ଯାଇ ପ୍ରକୁତ ସତ୍ୟାସତ୍ୟ ମାନ ପଦାକୁ ଅଣାଯାଉ ବୋଲି ବୁଦ୍ଧିଯିବୀ ମହଲ ରେ ଦାବୀ ହେଉଛି ।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ