ମହିଳା ମାନଙ୍କୁ ସଶକ୍ତ କରିବା, ଅର୍ଥନୈତିକ କ୍ଷେତ୍ର ରେ ସ୍ୱାବଲମ୍ବୀ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେଶ୍ୟରେ ସରକାର ଅନେକ ଯୋଜନା କରିଛନ୍ତି । ବର୍ତମାନ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ମହିଳା ଗ୍ରୁପ ମାନଙ୍କୁ ଅଗ୍ରାଧିକାର ଦେବାପାଇଁ ସରକାର ନିର୍ଦେଶ ଦେଇଛନ୍ତି । ତେବେ ବେଗୁନିଆପଡା ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ଚଞ୍ଚକତା କରିଥିବା ଜାଣିବା ପରେ ମଙ୍ଗଳବାର ପୂର୍ବାହ୍ନ 11 ଘଣ୍ଟ ସମୟରେ ଏହି ବ୍ଲକର ଅନେକ ମହିଳା ବ୍ଲକକୁ ଆସି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବେଗୁନିଆପଡା ବ୍ଲକରେ ମହିଳା ଗ୍ରୁପଙ୍କୁ ପୋଷାକ ଯୋଗାଇବା ପାଇଁ ଦାୟିତ୍ୱ ନ ଦେଇ ଅନ୍ୟ ବ୍ଲକର ମହିଳା ଗ୍ରୁପ କୁ ଚଞ୍ଚକତା କରି ଦେବା ପାଇଁ ଯୋଜନା ହେଉଛି । ଏଣୁ ଏହାକୁ ତୁରନ୍ତ ବନ୍ଦ କରି ବେଗୁନିଆପଡା ବ୍ଲକର ଯେକୌଣସି ଗ୍ରୁପକୁ ଦିଆଯାଉ । ବିଡ଼ିଓ ଵି ପି ସି ଦିଲ୍ଲୀପ କୁମାର ବେହେରାଙ୍କୁ ଡାକି ଏହି ବିଷୟରେ ଆଲୋଚନା କରିବା ସହ ଏହି ବ୍ଲକର ଗ୍ରୁପ ମାନଙ୍କୁ ଯେପରି ପୋଷାକ ଯୋଗାଇବା ଦାୟିତ୍ୱ ଦିଆଯିବ ତାର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା