ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ବେତନଟୀ ବ୍ଲକ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମୀଳନୀ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତା ଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା କାର୍ଯ୍ୟକାରି ସଭାପତି ଦୟାନିଧି ମହାନ୍ତ,ସଂପାଦକ କିଶୋର କୁମାର ଆଚାର୍ଯ୍ୟ,ଯୁଗ୍ମ ସଂପାଦକ ପ୍ରଭାସ କୁମାର ନାୟକ, ବିକାଶ କୁମାର ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ଵଜିତ ବିଶ୍ଵାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଦେବରାଜ ନାୟକ, କେଦାରନାଥ ଧଳ ପ୍ରଭୃତି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ।
ସର୍ବସମ୍ମତିକ୍ରମେ ଆସନ୍ତା ତିନି ବର୍ଷ ପାଇଁ ବେତନଟୀ ବ୍ଲକ ଓଷ୍ଟା ର ନୂତନ କମିଟି ଗଠନ ହୋଇଥିଲା। ସଭାପତି ଭାବେ ଶିଶିର କୁମାର ନାୟକ, ଉପ ସଭାପତି ପ୍ରକାଶ କେଶରୀ ପ୍ରଧାନ, ବିନତୀ ନାୟକ, ସଂପାଦକ ସୁର୍ଯ୍ୟାନନ୍ଦ ନାୟକ, ଯୁଗ୍ମ ସଂପାଦକ ଧିରେନ୍ଦ୍ର କୁମାର ପ୍ରଧାନ, ନରହରି ମହାନ୍ତ, ଭାଗ୍ୟଶ୍ରୀ ହୋତା, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ମହାନ୍ତ, ରାଜ୍ୟ ପରିଷଦ ସଭ୍ୟ ବିଜୟ କୁମାର ପଣ୍ଡିତ, ଜୟନ୍ତ କୁମାର ପଣ୍ଡା, ରଂଜନ କୁମାର ବାରିକ ପ୍ରମୁଖ ମନୋନୀତ ହୋଇଥିଲେ । ସେହିଭଳି ବ୍ଲକ୍ ଉପଦେଷ୍ଟା କମିଟିରେ ପ୍ରଧାନ ଶିକ୍ଷକ ଅର୍ଜୁନ ସିଂ, ଅଜିତ କୁମାର ଜେନା, ପ୍ରତାପ କୁମାର ପାତ୍ର, ବିମଲ କୁମାର ଜେନା, ଦେବେନ୍ଦ୍ର ମୁର୍ମୁ, ରବିନ୍ଦ୍ର କୁମାର ସାମନ୍ତରାୟ, ସୁନ୍ଦର ମୋହନ ବେହେରା, ହରିହର ପ୍ରଧାନ, ଜୟନ୍ତ କୁମାର ମହାନ୍ତ ,ତ୍ରୟଲୋକେଶ୍ଵର ମିଶ୍ର ମନୋନୀତ ହୋଇଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ