ମୋରଡା : ମୟୂରଭଞ୍ଜ ଜିଲ୍ଲା ଦେଉଳି ଅବକାରୀ ଥାନା ବିରୋଧରେ ବହୁବାର ଅଭିଯୋଗ ହୋଇ ଆସୁଛି,ଅବକାରୀ ନାକ ଅଗରେ ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ହେଉଛି କିନ୍ତୁ ଦେଉଳି ଅବକାରୀ ଥାନା ନୀରବ ଦ୍ରଷ୍ଟା ସାଜିଛି। ବିଭିନ୍ନ ସମୟରେ ଶୁଲିଆପଦା ଥାନା ଓ ଚାନ୍ଦୁଆ ଥାନା ଚୋରା ମଦବେପାରୀଙ୍କୁ ଧରୁଥିବା ବେଳେ ଦେଉଳି ଅବକାରୀ ଥାନାର ସେପରି ଆଖି ଦୃଷିଆ ପଦକ୍ଷେପ ନାହିଁ। ସବୁ ଜାଣି ଶୁଣି ନିଦାବିଷ୍ଣୁ ସାଜିଛି ଅବକାରୀ ବିଭାଗ। ପୁର୍ବରୁ ଜମ୍ଭିରା ବନ୍ଧ ପାଦ ଦେଶରେ ସାମପୁରା ଗ୍ରାମରେ ଅବକାରୀ ଥାନାଟି ଭଡାଘରେ ସାତ ଆଠବର୍ଷ ଚାଲିବା ପରେ ବାରିପଦା ଗୋପୀବହ୍ଲପୁର ମୂଖ୍ୟ ରାସ୍ତା ମସିଣାକାଟି ଠାରେ ଦୁଇ ବର୍ଷ ହେବ ଭଡା ଘରକୁ ସ୍ଥାନାନ୍ତରିତ ହୋଇଅଛି। ମୂଖ୍ୟ ରାସ୍ତା କଡ଼ରେ ଥାଇ ମଧ୍ଯ ଲୋକେ ଜାଣି ପାରୁନାହାନ୍ତି କାରଣ ଅବକାରୀ ଥାନାର ଫଳକ ରାସ୍ତା କଡ଼ରେ ନଥିବାରୁ। ଯଦି କୌଣସି ଅଭିଯୋଗ ନେଇ ଜନସାଧାରଣ ପଚାରି ବୁଝି ଅବକାରୀ ଥାନାରେ ପହଞ୍ଚନ୍ତି ଥାନାରେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ମିଳେନାହିଁ। ଭଡ଼ା ଘରେ ରହୁଥିବା ଭାଡାଟିଆ ମାନେ କାର୍ଯ୍ୟାଳୟ କଥା ବୁଝୁଥିବାର ଦେଖିବା ପାଇଁ ମିଳିଛି। ଏବାବଦରେ ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ କବିତା ସେନାପତିଙ୍କୁ ବୁଝିବାରୁ ସେ ଉତ୍ତର ରଖିଥିଲେ କର୍ମଚାରୀଙ୍କ ଅଭାବ ଯୋଗୁଁ କୌଣସି କାର୍ଯ୍ୟ ଠିକ ଭାବେ କରିହେଉନାହି। ବିଭିନ୍ନ ସମୟରେ ମୁଖ୍ୟାଳୟରୁ ବିଭିନ୍ନ ସ୍ଥାନରେ ଚଢାଉ ପାଇଁ ଚିଠି ଆସୁଛି ତେଣୁ ସମସ୍ତ କର୍ମଚାରୀ ଚଢାଉ ପାଇଁ ଯାଉଛୁ। ତେଣୁ ଥାନରେ କେହି ରହିପାରୁ ନାହିଁ। ଯଦି ବିଭିନ୍ନ ସମୟରେ ଅବକାରୀ ବିଭାଗ ଚୋରା ମଦବେପାରୀ ମାନଙ୍କୁ ଧରୁଛି ତେବେ କିଭଳି ଦେଉଳି ଅବକାରୀ ଥାନା ଅଞ୍ଚଳରେ ଏତେ ପରିମାଣରେ ଚୋରା ମଦ ଦେପାରୀ ସକ୍ରିୟ ହେଉଛନ୍ତି ତାହା ସବୁଆଡେ ଚର୍ଚ୍ଚା ହେଉଛି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ