ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧିନ ପାଉଡା ଠାରେ ବିଳମ୍ବିତ ରାତିରେ ବାଇକ ଭାରସାମ୍ୟ ହରାଇ ଗଛ କୁ ଧକ୍କା ଦେଲା । ବାଇକରେ ଥିବା ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ପାରିଆଉଡା ନିକଟରେ ଥିବା ଏକ ଖଜୁରୀ ଗଛ କୁ ବାଇକ ଚାଳକ ଭାରସାମ୍ୟ ହରାଇ ଧକ୍କା ଦେଇ ରାସ୍ତା ତଳକୁ ଖସି ପାଣି ରେ ପଡ଼ିଥିବା ସହିତ ବାଇକ ପଛରେ ଥିବା ବ୍ୟକ୍ତି ମଧ୍ୟ ରାତିସାରା ପାଣି ପଡିରହିଥିଲେ । ଦୃଘଟଣା ଘଟିଥିବା ସ୍ଥାନଟି ଏକ ନିଛାଟିଆ ଜାଗା ଥିବାରୁ କାହାରି ନଜର ପଡ଼ିନଥିଲା । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଚିତ୍ରଡା ଫାଣ୍ଡି ଅଧିକାରୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ପାଣିରେ ପଡ଼ିଥିବା ଦୁଇ ଜଣ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସ୍ଥଳରେ ଦୁଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ମୃତ ଦୁଇଜଣ ହେଲେ ମୋରଡ଼ା ଥାନା ଅଧୀନ ଘୋଳମୁହଁl ପଂଚାୟତ ଉଲିଡିହି ଗ୍ରାମର ସାମ ମାରାଣ୍ଡି ଓ ଆଣୁଆ ଗ୍ରାମର ସୁନ୍ଦର ମୂର୍ମୁ ବୋଲି ଜଣା ପଡିଛି। ତେବେ ପୋଲିସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବାଇକକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025