ପାତ୍ରପୁର : ସୀମାନ୍ତ ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ସ୍ଥିତ ଭରତପତି ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଉଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ଜୟପ୍ରକାଶ ପାଢ଼ୀ ସଭାପତିତ୍ବ କରିଥିଲେ । ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ସମ୍ମାନିତ ଅତିଥି, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗେଦେଇଥିଲେ । ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ସ୍ଥାନୀୟ ସରପଞ୍ଚ ଏନ୍. ତ୍ରିପତି, ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ, ତଣ୍ଡିପୂର ସମିତି ସଭ୍ୟ ରାମକୃଷ୍ଣ ନାୟକ,ପତି ପରିବାରର ସଦସ୍ୟ କାହ୍ନୁ ଚରଣ ପତି, ପୁରାତନ ଛାତ୍ର ସଂସଦ ସଭାପତି ରାଧାନାଥ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ଆରମ୍ଭରୁ ସାମ୍ନା କରିଥିବା ଦୁଃଖ କଷ୍ଟ ଓ ସଫଳତା ଉପରେ ଆଲୋଚନା ହୋଇଥିଲା ।
ଆଗାମୀ ଦିନରେ ମହାବିଦ୍ୟାଳୟର ଉନ୍ନତି ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବିଧାୟକ ଆହ୍ବାନ ଦେଇଥିଲେ । ସେହିପରି ମହାବିଦ୍ୟାଳୟର ସଭାପତି ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖି ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ମହାବିଦ୍ୟାଳୟର ଜିଲ୍ଲା ତଥା ରାଜ୍ୟ ସ୍ତରରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟରୁ ଅବସର ନେଇଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା ଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ବହୁ ପୁରାତନ ଛାତ୍ର ସଂସଦର ଛାତ୍ର ଓ ମହାବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ