ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କଲେ କ୍ୟାବିନେଟ୍ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ କାର୍ଯ୍ୟାଳୟରେ ମୋ ଜଙ୍ଗଲ ମୋ ଜମି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୋରଡା ବିଧାୟକ ତଥା କୃଷି,ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଜମି ଓ ଭୂମିହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ l ପ୍ରଥମେ ମନ୍ତ୍ରୀ କାର୍ଯ୍ୟକ୍ରମକୁ ପହଞ୍ଚିବା ପରେ ତାଙ୍କୁ ଫୁଲତୋଡ଼ା,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହିତ ମୋରଡା ତହସିଲଦାର ଉତ୍ତମ କୁମାର ଜେନା, ବିଡ଼ିଓ ଅଣାକର ନାଏକ, ଅବସରପ୍ରାପ୍ତ ଏଡିଏମ ସୁରତ ମଲ୍ଲିକ,ପିଏଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା,ବ୍ଲକ ଅଧକ୍ଷ ପିଥନାଥ ସୋରେନ, ଉପାଧକ୍ଷା ଜେମାମଣି ମହାନ୍ତ , ମୋ ଜଙ୍ଗଲ ଜମି ଯୋଜନାର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ରାୟ , ବସୁନ୍ଧରା ଅନୁଷ୍ଠାନର ଜିଲ୍ଲା ସଂଯୋଜକ ବିକାଶ ଚନ୍ଦ୍ର ସିଂହ,ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l

ଆଜିର କାର୍ଯ୍ୟକ୍ରମରେ ଚିତ୍ରଡା,ମୋରଡା,ଧଡ଼ାସାହି, ଜୁଆଳିଭଙ୍ଗା,ହଳଦୀପାଳ, ଗଡିଗାଁ ପଞ୍ଚାୟତର ୨୨ଟି ଗାଁର ୭୮ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି l ତେବେ ପରେ ବ୍ଲକର କୋଡିଏ ପଞ୍ଚାୟତର ୧୨୭୧ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ଚିତ୍ରଡା ଆରଆଇ ମନୋଜ ବାରିକ, ମୋରଡା ଆରଆଇ ଜ୍ୟୋତିରୁପା ପାତ୍ର,ତହସିଲ କର୍ମଚାରୀ ଶଶାଙ୍କ ଶେଖର ମିଶ୍ର,ଜଗତଜ୍ୟୋତି ବେହେରା,ଗୌରାଙ୍ଗ ସାହୁ, ସେଚ୍ଛାସେବି ମୀନକେତନ ମହାନ୍ତ ଏବଂ ଅନ୍ୟମାନେ l

error: Content is protected !!