ଖୋର୍ଦ୍ଧା, ଆଜି ଥିଲା ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ମୁଖ୍ୟତଃ ଶ୍ରବଣ ମାସ ସୋମବାର ଦିନ ମହାଦେବଃଙ୍କ ପାଖରେ ଜଳଲାଗି କଲେ ଭକ୍ତ କୋଟି ଜନ୍ମର ପୁନ୍ୟ ଅର୍ଜନ କରିବା ସମେତ ମାନସ୍କିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶହ ଶହ କାଉଡ଼ିଆ ବିଭିନ୍ନ ଶୈବ୍ୟପୀଠରେ ଶ୍ରାବଣ ମାସରେ ନିଷ୍ଠାର ସହିତ ଜଳଲାଗି କରିବା ପରମ୍ପରା ଜିଲ୍ଲାରେ ବହୁ ବର୍ଷ ହେବ ଦେଖାଯାଇଛି । କଟକ ଜିଲ୍ଲା ମହାନଦୀର ଗଡ଼ଗଡ଼ିଆଠାରୁ ଆରମ୍ଭ କରି ଜିଲ୍ଳାର ତିରିମଲ୍ଳ ଠାରେ ଥିବା ଦୟା, ରାଜୁଆ ଓ ନୟାଗଡ଼ ଜିଲ୍ଳା କଂଟିଲୋ ମହାନଦୀ ଠାରୁ ବୋଲବମ ଭକ୍ତମାନେ ଶୁଦ୍ଧପୁତ ସ୍ନାନ କରିବା ପରେ ପାଣି କଳସୀ ଉଠାଇ ଜିଲ୍ଲାର ବିଭିନ୍ନ ଶୈବପୀଠ ଅଭିମୁଖେ ଚାଲି ଚାଲି ଆସିଥିଲେ । ଅଟ୍ରୀସ୍ଥିତ ବା’ବା’ ହଟକେଶ୍ୱରଙ୍କ ମନ୍ଦିରରେ ଭୋର ୪ଟା ପହଡ଼ ଖୋଲିବା ପରେ ଠାକୁରଙ୍କ ନିତୀକାନ୍ତି କରାଯାଇଥିଲା । ଚନ୍ଦନଲାଗୀ ହେବା ପରେ କାଉଡିଆମାନେ ଜଳଲାଗି କରିଥିଲେ ।
ଏଥିନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେହିପରି ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗସ୍ଥିତ ବା’ବା’ ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆମାନଙ୍କ ଜଳଲାଗି କରିବା ନିମନ୍ତେ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ବେଗୁନିଆ ବ୍ଳକ ଗୋଡ଼ା ଗ୍ରାମ ଠାରେ ଥିବା ବାବା ଗୋଡ଼ାଲୋକନାଥ ପୀଠରେ ମଧ୍ୟ ବିଗତ ବର୍ଷ ଭଳି କାଉଡ଼ିଆ ଜଳଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିସହିତ ପଲ୍ଲାସ୍ଥିତ ବାବା ଲେକେଶ୍ୱର, ଟିଏଲସି ଠାରେ ତାରେକେଶ୍ୱର, ବୁଢ଼ିବଗିଚା ସ୍ଥିତ ସ୍ୱପ୍ନେଶ୍ୱର, ଜଟଣୀ ସ୍ଥିତି ବୁଢାପଡ଼ା ସୋମନାଥ, ଖୋର୍ଦ୍ଧା ଉପକଣ୍ଠ ବାଜପୁର ସ୍ଥିତ ହରିହରପୀଠ ଓ ବାବା ବାଲୁଙ୍କେଶ୍ୱର, ଜରିପୁଟସ୍ଥିତ ବାବା ବାଲୁଙ୍କେଶ୍ୱର ପ୍ରମୁଖ ଜିଲ୍ଲାର ସମସ୍ତ ଶୈବପୀଠ ଗୁଡ଼ିକରେ ଆଜି ବହୁ ପୁରୁଷ ଓ ମହିଳା କାଉଡ଼ିଆମାନେ ଜଳଲାଗି କରିଥିବା ଦେଖାଯାଇଛି ।ଏହା ବ୍ୟତିତ ଜିଲ୍ଳାର ଅଧିକାଶଂ ଭକ୍ତମାନେ ପୁରୀର ଲୋକନାଥ, କପିଳେଶ୍ୱରଙ୍କ ସମେତ ଅନ୍ୟ ଶୈବପୀଠ ରେ ମଧ୍ୟ ଜଳଲାଗି କରିଥିବା ଜଣାଯାଇଛି ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ