ଜୟପୁର : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ତା-୭ ଅଗଷ୍ଟ ୨୦୨୪ ବୁଧବାର ଦିନ ହଠାତ୍ ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଅଚାନକ ଗସ୍ତ କରି ବିଦ୍ୟାଳୟ ର ସ୍ଥିତି ପରଖିବା ସହିତ ଶ୍ରେଣୀ କକ୍ଷକୁ ଯାଇ ପିଲାଙ୍କୁ ସାଧାରଣ ଜ୍ଞାନ ବିଷୟରେ ପାଠ ପଢ଼ାଇଥିଲେ। ଜିଲ୍ଲା ରେ ଲଗାଣ ବର୍ଷା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜିଲ୍ଲା ର ମୂଖ୍ୟ ସହର ଜୟପୁର ରେ ଅନେକ ସ୍ଥାନରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି। ଲଗାଣ ବର୍ଷା ଲାଗି ସହରର ଅନେକ ବିଦ୍ୟାଳୟରେ ପାଠପଢ଼ା ରେ ବ୍ୟାଘାତ ଘଟିଛି। ଏମିତି ପରିସ୍ଥିତିରେ ପିଲାଙ୍କ ପାଠ ପଢ଼ା କିପରି ଚାଲିଛି ବୋଲି ଜାଣିବା ନିମନ୍ତେ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବାକୁ ବିଧାୟକ ତାରା ଅଚାନକ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଗସ୍ତ କରିଥିଲେ। ସେ ଜାଣିବାକୁ ପାଇଲେ ବିଦ୍ୟାଳୟର କେତୋଟି ଶ୍ରେଣୀ ଗୃହରେ ଛାତରୁ ପାଣି ଝରିବା ହେତୁ ପିଲାଙ୍କ ପାଠ ପଢ଼ା ରେ ଅସୁବିଧା ହେଉଛି, ଏବଂ ଏହା ପରିବର୍ତ୍ତେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପାଠ ପଢ଼ାଇ ଥିଲେ। ସେ ପ୍ରଶ୍ନରେ ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ପ୍ରଶ୍ନ ପଚାରିଥିଲେ।
ପ୍ରଥମ ପ୍ରଶ୍ନ ଥିଲା ଭାରତର ପ୍ରଧାନମନ୍ତ୍ରୀ କିଏ? ଦ୍ଵୀତୀୟ ଭାରତର ଗୃହ ମନ୍ତ୍ରୀ କିଏ? ତୃତୀୟ ଓଡ଼ିଶାର ମୂଖ୍ୟ ମନ୍ତ୍ରୀଙ୍କ ନାମ କ’ଣ ଏବଂ ଚତୁର୍ଥ ପ୍ରଶ୍ନ ଥିଲା ଭାରତର ଅର୍ଥମନ୍ତ୍ରୀ କିଏ? କିନ୍ତୁ ପିଲାମାନେ ସଠିକ୍ ଉତ୍ତର ଦେଇ ପାରିନଥିଲେ। ଯଦ୍ୱାରା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ କରିବାକୁମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ରେ ଆମ ଦେଶ ଭାରତ ୭୮ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏପରି ଛାତ୍ରଛାତ୍ରୀ ମାନଙ୍କ ପାଠପଢାକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ସମୟରେ ବିଧାୟକଙ୍କ ସହିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହାୟକ ଯନ୍ତ୍ରୀ ଙ୍କୁ ସାଥିରେ ନେଇଥିଲେ। ବିଦ୍ୟାଳୟର ମରାମତି କାର୍ଯ୍ୟ ଦଶହରା ପୂଜା ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ