ନବରଙ୍ଗପୁର : ପୂର୍ବ ସରକାର ଙ୍କ ଆହାର କେନ୍ଦ୍ର ତଥା ବର୍ତ୍ତମାନ ର ଶ୍ରୀ ଅନ୍ନ କେନ୍ଦ୍ର କୁ ଅଚାନକ ପରିଦର୍ଶନ କରିବା ସହ ଆହାର କେନ୍ଦ୍ର ରେ ଖାଦ୍ୟ ଗ୍ରହଣ କରିଲେ ବିଧାୟକ । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଆଜି ହଠାତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ର ବା ଶ୍ରୀ ଅନ୍ନ କେନ୍ଦ୍ର କୁ ହଠାତ ପରିଦର୍ଶନ କରିଛନ୍ତି ଏବଂ ସେଠାରେ ପରିପାର୍ଶିକ ସ୍ଥିତି ଖାଦ୍ୟ ଗୁଣବତ୍ତା ଓ ମାନ ଯାଞ୍ଚ କରିବା ସହ ରୋଷେଇ ଶାଳ ର ପରିଷ୍କାର ପରିଛନ୍ନତା ବୁଲି ଦେଖିଥିଲେ ।
କେନ୍ଦ୍ର ର ସମସ୍ତ ବ୍ୟବସ୍ଥା ନେଇ ଖୁସି ବ୍ୟକ୍ତ କରିବା ସହ ନିଜେ ମଧ୍ୟ ସେଠାରେ ଖାଦ୍ୟ ଗ୍ରହଣ କରିଥିଲେ । ଏହାପରେ ଶ୍ରୀ ଅନ୍ନ କେନ୍ଦ୍ର ର ପାର୍ଶ୍ୱ ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ରେb ଯାଇ ସେଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସିଟି ସ୍କାନ କେନ୍ଦ୍ର କୁ ଯାଇ ସେଠାରେ କାର୍ଯ୍ୟରତ ଟେକ୍ନିସିଆନ ମାନଙ୍କ ସହିତ ଆଲୋଚନା କରିଥିଲେ ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ