Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବାଇକ ଚୋରି ଗ୍ୟାଙ୍ଗ କୁ କାବୁ କଲା ବୋରିଗୁମ୍ମା ପୋଲିସ

Spread the love

ବୋରିଗୁମ୍ମା : ଦୀର୍ଘଦିନ ଧରି ବୋରିଗୁମ୍ମା ଅଂଚଳ ରେ ବାଇକ ଚୋରି ଶାତୀତ ଭାବେ ଵୃଦ୍ଧି ପାଇଥିଲା। ବୋରିଗୁମ୍ମା ଅଂଚଳ ରୁ ଅଟୋ, ବୁଲେଟ,ଟ୍ରାକ୍ଟର ଭଳି ଗାଡି ମଧ୍ୟ ଚୋରି ହେଇଥିଲା। କିଛି ଗାଡି ଉଦ୍ଧାର ହେଇଥିବା ବେଳେ ,ଆଜି ଆଉ 13 ଟି ଚୋରୀ ଗାଡି ଉଦ୍ଧାର କରିଛି, ବୋରିଗୁମ୍ମା ପୋଲିସ।
ସାମ୍ବାଦିକ ସମ୍ମିଳନୀରେ ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କହିଥିଲେ ଯେ, ଗତ ୨୦.୦୫.୨୩ ରେ ସକାଳ ୧୧.୩୦ ସମୟ ରେ ବୋରିଗୁମ୍ମା ,ମହାନ୍ତି ସାହି ନିବାସୀ ଶ୍ରୀ ଘାସିରାମ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ,ତାଙ୍କ ଘରେ ଭଡା ରେ ରହୁଥିବା ସିକ୍ଷ୍ୟୟତ୍ରୀ ଟି ରାଣୀ ଦୋରା ,ଖରାଛୁଟି ରେ ନିଜ ଗାଁ କୁ ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ୧୯.୦୫.୨୩ ରାତି ରେ ଘର ର କବାଟ ଓ ଗ୍ରୀଲ ଭାଙ୍ଗି ୧୫୦ ଗ୍ରାମ ର ରୁପା ଗହଣା ସହ ଏକ ସ୍କୁଟି (ଓଡ଼ି ୦୭ଡି୩୩୬୯) ଓ ଏକ ଟେବୁଲ ଫ୍ୟାନ ଚୋରୀ କରି ନେଇ ଯାଇଥିଲେ।ଏ ନେଇ ଶ୍ରୀ ସାହୁ ଥାନା ରେ ଲିଖିତ ଅଭିଯୋଗ କଲା ପରେ ବୋରିଗୁମ୍ମା ଥାନା ରେ ୨୦.୦୫.୨୪ ରେ ମାମଲା ନମ୍ବର ୧୨୦ ,ଧାରା ୪୫୭/୩୮୦ ଆଇପିସି ରେ ରୁଜୁ ହେଇଥିଲା। ଏହା ପରେ ପୋଲିସ ଖୋଲତାଡ଼ ଆରମ୍ଭ କରିଥିଲା। ଏହି ମାମଲା ରେ ବୋରିଗୁମ୍ମା ଥାନା ବଡ ଦୁବୁଲି ଗ୍ରାମ ର ଅନୀଲ ହରିଜନ, ଜୟପୁର ଥାନା ଅଂଚଳ ର ସୌରାଗୁଡା ର ଧନପତି ଓରଫ ବୁଡୁ ନାଗ, କୁନ୍ଦୁରା ଥାନା ଅନ୍ତର୍ଗତ ଲିମା ଗ୍ରାମ ର ସାଜନ ହରିଜନ ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମୋଟ ୧୩ ଟି ମୋଟର ସାଇକେଲ ଜବତ ହେଇଚି। କାଗଜପତ୍ର ଯାଞ୍ଚ ପରେ ଗାଡି ହସ୍ତାନ୍ତର କରାଯିବ ବୋଲି ବୋରିଗୁମ୍ମା ପୋଲିସ କହିଛି।

error: Content is protected !!
Breaking News