ବିଳମ୍ବ ରେ ତଥ୍ୟ ଦେଇ ତଣ୍ଡ ଗଣିଲେ ପୂର୍ବତନ ଯୋଗାଣ ଅଧିକାରୀ

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପୂର୍ବତନ ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ବେଣୁଧର ମହାପାତ୍ର ସୂଚନା ଅଧିକାର ଆଇନ ରେ ଧାର୍ଯ୍ୟ ସମୟ ରେ ତଥ୍ୟ ଦେଇ ନ ଥିବାରୁ ବିଳମ୍ବ ରେ ତଥ୍ୟ ପ୍ରଦାନ କରି ମାନ୍ୟବର ରାଜ୍ୟ ସୂଚନା କମିଶନରଙ୍କ ଦ୍ବାରା ଆର୍ଥିକ ଦଣ୍ଡ ରେ ଦଣ୍ଡିତ ହୋଇଛନ୍ତି।ମୋରଡା ବ୍ଲକ ବାରମାଇଲ ଅଞ୍ଚଳ ର ସୂଚନା ଅଧିକାର କର୍ମୀ ମହେଶ୍ବର ମହାନ୍ତି ମୋରଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜନସୂଚନା ଅଧିକାରୀଙ୍କୁ ତା-୨୪/୦୧/୨୦୨୦ରିଖ ସୂଚନା ଅଧିକାର ଆଇନରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ କେତେକ ଆବଶ୍ୟକ ତଥ୍ୟ ଜାଣିବାକୁ ଚାହିଁଥିଲେ। ଜନସୂଚନା ଅଧିକାରୀ ଶୁଶିଲ ଚନ୍ଦ୍ର ସେଠୀ ତଥ୍ୟ ପ୍ରଦାନ ପାଇଁ ତତ୍ କାଳୀନ ଯୋଗାଣ ଅଧିକାରୀ ବେଣୁଧର ମହାପାତ୍ରଙ୍କୁ ଚିଠି କରିଥିଲେ। ମାତ୍ର ଶ୍ରୀ ମହାନ୍ତି ଧାର୍ଯ୍ୟ ସମୟ ରେ ତଥ୍ୟ ନ ମିଳିବାରୁ ତା-୦୨/୦୩/୨୦୨୦ରିଖ ମୋରଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ପ୍ରଥମ ଅପିଲ କତ୍ତୃପକ୍ଷ ଙ୍କୁ ପ୍ରଥମ ଅପିଲ କରିଥିଲେ। ସେଠାରୁ ନିରାଶ ହେବାପରେ ତା-୧୦/୦୭/୨୦୨୦ରିଖ ମାନ୍ୟବର ରାଜ୍ୟ ସୂଚନା କମିଶନରଙ୍କୁ ଦିତୀୟ ଅପିଲ କରିଥିଲେ। କମିଶନ ୧୫୨୭/୨୦୨୦ରେ ଉକ୍ତ ଅପିଲ ଦରଖାସ୍ତ ପଞ୍ଜିକୃତ କରିବା ସହିତ ଏହାର ବିଚାର କରି ୨୭ଜୁନ୨୦୨୪ରେ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି। କମିଶନରଙ୍କ ନିର୍ଦ୍ଦେଶ ପରେ ୧୭ମାର୍ଚ୍ଚ୨୦୨୪ରେ ତଥ୍ୟ ପ୍ରଦାନ କରାଯାଇଥିଲା।ତଥ୍ୟ ପ୍ରଦାନ ରେ ବିଳମ୍ବ ପାଇଁ କିଏ ଦାୟୀ ସେ ସମ୍ପର୍କରେ ମୋରଡା ବିଡ଼ିଓ ଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ମୋରଡା ବିଡ଼ିଓ ୨୩ଜୁନ ୨୦୨୪ରେ ତଥ୍ୟ ପ୍ରଦାନ ରେ ବିଳମ୍ବ ପାଇଁ ବେଣୁଧର ମହାପାତ୍ରଙ୍କୁ ଦାୟୀ କରିବା ସହିତ ଧାର୍ଯ୍ୟ ସମୟ ରେ ତଥ୍ୟ ପ୍ରଦାନ କରିନଥିବା ରିପୋର୍ଟରେ ଦର୍ଶାଇଛନ୍ତି। ଯାହାଫଳରେ ମାନ୍ୟବର କମିଶନର ବାଳକୃଷ୍ଣ ମହାପାତ୍ର ପୂର୍ବତନ ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ବେଣୁଧର ମହାପାତ୍ରଙ୍କୁ ସୂଚନା ଅଧିକାର ଆଇନର ଧାରା ୨୦(୧) ଅନୁଯାୟୀ ୬ହଜାର ଟଙ୍କା ଆର୍ଥିକ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାଶି ଏକମାସ ଭିତରେ ସରକାରୀ ରାଜକୋଷରେ ଜମା କରିବାକୁ ପଡିବ। ଯଦି ଏହାର ଖିଲାପ କରନ୍ତି ତେବେ ତାଙ୍କ ପେନସନ ରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର କିସ୍ତି ଟଙ୍କା କିପରି ଦାଖଲ ହୋଇପାରିବ ସେଥିପାଇଁ ମୋରଡା ବିଡ଼ିଓ ଙ୍କୁ ଆଦେଶ ଦେଇଛନ୍ତି।

error: Content is protected !!