କେନ୍ଦୁଝର : ଦ୍ଵୀପ ତଳେ ଅନ୍ଧାର ଘୋର ଲଜ୍ଜ୍ୟା, କୁବେର ଜିଲ୍ଲା କେନ୍ଦୁଝର,କୁବେର ନିର୍ବାଚନ ମଣ୍ଡଳୀ ଚମ୍ପୁଆ,କୁବେର ବ୍ଲକ୍ ଯୋଡ଼ା,କୁବେର ଗ୍ରାମ ପଞ୍ଚାୟତ ପଳସା ଓ କୁବେର ଗ୍ରାମ ନମିରା କୁବେର ବିଧାୟକ ସନାତନ ମହାକୁଡ଼ଙ୍କ ଗ୍ରାମରେ ଥିବା ଏହି ବିପଦ ପୂର୍ଣ୍ଣ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ କୁ ଟିକେ ଭଲ ଭାବେ ନଜର ପକାନ୍ତୁ ।
ଏହି ବିଦ୍ୟାଳୟଟି ୧୯୭୨ ମସିହାରୁ ଚାଲି ଆସିଛି ଏହି ସରକାରୀ ବିଦ୍ୟାଳୟର ସମସ୍ତ ବର୍ଗର ଓ ବିଶେଷ କରି ଆଦିବାସୀ,ହରିଜନ କୁନି କୁନି ଛାତ୍ର ଛାତ୍ରୀ ମାନେ ବେଶି ମାତ୍ରାରେ ଅଧ୍ୟୟନ କରୁଛନ୍ତି ।
ଯାଖିପୁରା-ବାଂଶପାଣି ରେଳ ଧାରଣା କଡ଼ କୁ ଲାଗି ପ୍ରାୟ ପାଞ୍ଚ ଫୁଟ ତଳେ ନମିରା ପ୍ରାଥମିକ ବିଦ୍ୟାଳୟ ଟି ଅବସ୍ଥିତି।
ଯେତେବେଳେ ଏହି ଧାରଣାରେ ଦେଇ ମାଲ୍ ବୋଝେଇ ଟ୍ରେନ କିମ୍ବା ଯାତ୍ରୀ ବାହି ଟ୍ରେନ ଆସିବାର ସୁଚନା ତିନି କିଲୋ ମିଟର ଦୂରରୁ ଶବ୍ଦ ଦେଇ ଥାଏ,ସେତେବେଳେ କାଳେ ଦୃଘଟନା କୁ ଆଖି ଆଗରେ ରଖି ଶିକ୍ଷକ,ଶିକ୍ଷୟତ୍ରୀ ଓ କୁନି କୁନି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଗୃହରୁ ବାହାରକୁ ବାହାରି ଯାଇଥାନ୍ତି ।

ଟ୍ରେନ ଯାଇ ସରିଲା ପରେ ପୁଣି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଗୃହକୁ ସଭାବିକ ଭାବେ ପ୍ରବେଶ କରିଥାନ୍ତି ଏହା ନୀତି ଦିନିଆ ଘଟଣା ।
ତେବେ ଦୁଃଖ ଓ ପରିତାପର ବିଷୟ ଚମ୍ପୁଆ ବିଧାୟକଙ୍କ ଖୋଦ୍ ନିଜ ଗାଁ ଓ ନିଜ ବାସ ଗୃହରୁ ମାତ୍ର ଶହେ ମିଟର ଦୂରତା ବିଦ୍ୟାଳୟ ଟି ରେଳ ଧାରଣାର ତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ଆଜି ପର୍ଯ୍ୟନ୍ତ ରହିଛି ।
ବିଧାୟକ ସନାତନ ମହାକୁଡ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଚମ୍ପୁଆ ବିଧାୟକ ଥିବା ସମୟର ଏହି ବିଦ୍ୟାଳୟ କୁ ସୁରକ୍ଷିତ ସ୍ଥାନରେ ଓ ସରକାରୀ ଜାଗାରେ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ତିରିଶି ଲକ୍ଷ ଟଙ୍କା କାଳେ ଯୋଡ଼ା ବ୍ଲକ୍ ଜରୀଆରେ ବିଧାୟକ ପାଣ୍ଠିରୁ ଅର୍ଥ ଦେଇ ଥିଲେ ବୋଲି ଶୁଣିବାକୁ ମିଳେ ।
ଦୀର୍ଘ ଦଶ ବର୍ଷ ଗଡିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଗୃହ ଟି ଅଧାପନ୍ତରିଆ ହୋଇ ରହିଛି । ସମସ୍ତ ଅର୍ଥ ସରିଯାଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ତାହା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।
୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ ସନାତନ ମହାକୁଡଙ୍କ ସମର୍ଥନ ରେ ବିଜେଡି ବିଧାୟକା ପ୍ରାର୍ଥୀନୀ ମିନାକ୍ଷୀ ମହାନ୍ତଙ୍କୁ ବିଜୟ କରେଇ ଥିଲେ ମଧ୍ୟ ନିଜ ଗାଁ ବିଦ୍ୟାଳୟ ପ୍ରତି ସନାତନ ମହାକୁଡ ଙ୍କ ଦୃଷ୍ଟି ଦେଇ ନଥିଲେ ଏହା ଅତି ଲଜ୍ଜ୍ୟା ଜନକ ବିଷୟ ଶିକ୍ଷା ପ୍ରତି ଅଣଦେଖା କାହିଁ କି ବୋଲି ସେତେ ବେଳେ ଓ ବର୍ତ୍ତମାନ ମଧ୍ୟ ଚର୍ଚ୍ଚା ଜୋର୍ ହେଇଥିଲା ।
ଚଳିତ ବର୍ଷ ୨୦୨୪ ରେ ପୁଣି ବିଜେଡି ରୁ ଚମ୍ପୁଆ ବିଧାୟକ ଭାବେ ସନାତନ ମହାକୁଡ ବିଜୟ ହେବା ମାତ୍ରେ ଯୋଡ଼ା ଖଣି ଅଞ୍ଚଳରେ ଥିବା କିଛି ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଓ ଆନ୍ଦୋଳନ କୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ତାହା ଠାରୁ ବେଶି ନିଜ ନିର୍ବାଚନ ମଣ୍ଡଳୀ ରେ ଥିବା ଶିକ୍ଷା ପ୍ରତି ପ୍ରଥମେ ଗାଁ ଗଣ୍ଡାରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଗୁରୁତ୍ଵ ଦେଲେ ଅଞ୍ଚଳର ବିକାଶ ହେଇ ପାରିବ ଓ ଯେଉଁଠି ଶିକ୍ଷା ନାହିଁ ସେଇଠି ବିକାଶ ନାହିଁ ବୋଲି ବୁଦ୍ଧିଜୀବୀ ମାନଙ୍କର ମତପ୍ରକାଶ ପାଇବାରେ ଲାଗିଛି ।
ତେବେ ନମିରା ପ୍ରାଥମିକ ବିଦ୍ୟାଳୟ ରେ ଚିତ୍ର ବିଚିତ୍ର
“ଫାଇପ ଟି”ନାମରେ ହରିଲୋଟ ହେଇଥିବା ଓ ଅର୍ଦ୍ଧ୍ ନିର୍ମିତ ନମିରା ପ୍ରାଥମିକ ବିଦ୍ୟାଳୟ ଉପରେ ତଦନ୍ତ କରାଯାଉ ଓ ନୂତନ ଭାବେ ସୁରକ୍ଷିତ ସ୍ଥାନରେ ବିଦ୍ୟାଳୟ କୁ ନିର୍ମାଣ କରି ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର