ଭି ଆର ଏସ ଆବେଦନ କରି ଆସୁନାହାନ୍ତି ପ୍ରଧାନ ଶିକ୍ଷକ
ନୟାଗଡ : ନୟାଗଡ ବ୍ଲକ ଇଟାମାଟି ନାରାୟଣୀ ସରକାରୀ ଉଚ୍ଚବିଦ୍ୟାଳୟ ନାନା ସମସ୍ୟାରେ ଛନ୍ଦି ହୋଇପଡିଛି ଏଠାରେ ପ୍ରଥମ ଠାରୁ ଦଶମ ପର୍ଯ୍ୟନ୍ତ ଦଶଟି କ୍ଲାସ ରହିଥିବା ବେଳେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠ ପଢ଼ାରେ ଅବବ୍ୟବସ୍ଥା ଦେଖାଦେଇଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀ କକ୍ଷ ବିପଦ ସଂକୁଳ ହେଇପଡ଼ିଛି ସ୍କୁଲ ପଛ ପାଖରେ ଥିବା ଘରର ଲାଟିନ ପାଣି ଆସି ବିପଦ ସଂକୁଳ ଘରେ ଜମାହେଉଛି
ଇଟାମାଟି ପଂଚାୟତ ପଡିଆ ପାଣି ସ୍କୁଲ ଭିତରେ ବର୍ଷା ହେଲେ ପାଣି ଜମିରହି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି ବିପଦ ସଂକୁଳ ଶ୍ରେଣୀ ଗୃହରୁ ଛାତ୍ରୀଛାତ୍ରଙ୍କୁ ସ୍ଥାନାନ୍ତର କରାଯାଇ ଲାଇବ୍ରେରୀ କକ୍ଷପରି ବିଭିନ୍ନ କକ୍ଷରେ ଅବସ୍ଥାପିତ କରାଯାଇଛି ସେପଟେ ବିପଦ ସଂକୁଳ ଶ୍ରେଣୀ କକ୍ଷକୁ ଭାଙ୍ଗିବାପାଇଁ ସ୍କୁଲ ପକ୍ଷରୁ ବାରମ୍ବାର ବି. ଡି. ଓ ବି. ଇ. ଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଫଳ ମିଳିନି ଅନ୍ୟପକ୍ଷେ ପ୍ରଧାନ ଶିକ୍ଷକ କଳ୍ପନା କୁମାରୀ ଦେବି ଭି ଆର ଏସ ପାଇଁ ଆବେଦନ କରି 2024ଏପ୍ରିଲ 1ରୁ ସ୍କୁଲକୁ ଆସୁନାହାନ୍ତି ସ୍କୁଲ ଦାଇତ୍ୟୁରେ ଜଣେ ସହକାରୀ ଶିକ୍ଷକ ଥିବାବେଳେ ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ କରିନଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି
More Stories
13.01.2025
4-12-2024
25-11-2024