ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲାରେ ଲଗୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ଅନେକ ସ୍ଥାନରେ ଗଛ ମଧ୍ୟ୍ୟ ଭାଙ୍ଗିପଡିଛି l ଲଗାଣ ବର୍ଷାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଲୋକେ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଥୁଆଙ୍ଗ ପଦର ଗାଁର ଗୌର ନାଏକ ଙ୍କ ଘର ଭାଙ୍ଗିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ ।ଦିନ ତମାମ ତୁହାକୁ ତୁହା ବର୍ଷା ସମେତ ପବନ ଲାଗିରହି ଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗିଛି l ସେହି ପରି ବିଶ୍ଵନାଥପୁର ମୁଖ୍ୟ ରାସ୍ତା କଡରେ ଥିବା ବିରାଟ ନୀଳଗିରି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯାନବାହାନ ଯାତାୟତ ଠପ ପଡିଛି l ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥ ପୁର ପରିସରରେ ଥିବା ଏକ ନୀଳଗିରି ଗଛ ଭାଙ୍ଗିବା ପରେ ପାଶ୍ୱର୍ରେ ଥିବା ହୋଟେଲ, ମଟର ସାଇକେଲ ଗ୍ୟାରେଜ ଓ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡିଯିବାରୁ ଗ୍ୟାରେଜରେ ଥିବା ମଟରସାଇକେ ଚୁରମାର ହୋଇ ଯାଇଛି l ହୋଟେଲ ମାଳିକ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡ଼ି ଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।ଗଛ ପଡ଼ି ଯିବାପରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବାରୁ ଅଗ୍ନିଶମ ବାହିନୀଙ୍କୁ ଘର ମାଲିକ ଗଛ କାଟିବାକୁ ମନା କରିଥିଲେ ମୋର କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଗଛ କାଟି ପାରିବେନାହିଁ କହିବାରୁ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ଓ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କଲା ପରେ ସ୍ଥିତି ସ୍ଵଭାବିକ ହୋଇଥିଲା l
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର