ବ୍ରହ୍ମପୁର ୧/୧୦ (ଅଭିଜିତ କର): ମହାନ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ଜରା ନିବାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତିକ ଜରା ଦିବସ ପାଳନ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପାଢ଼ୀ ଯୋଗଦେଇ ଅନ୍ତେବାସୀଙ୍କୁ ସୁସ୍ଥ ସ୍ବାସ୍ଥ୍ୟ ଜୀବନ ଯାପନ ଉପରେ ପରାମର୍ଶ ଦେବା ସହ ବିଶ୍ବ ନିକେତନ ଓ ମହାନ୍ ସଂଘ ପକ୍ଷରୁ ନିଜସ୍ଵ ଉଦ୍ୟମରେ ଅସହାୟଙ୍କୁ ସୁନ୍ଦର ଭାବେ ଥଇଥାନ କରାଯାଉଥିବାରୁ ପ୍ରଶଂସା କରିଥିଲେ।
ଏହାସହ ବିଶ୍ବ ନିକେତନ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଯୋଗଦେଇ ବିଭାଗର ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଭାଗ ପକ୍ଷରୁ ସିଡିଏମ ଏକ ଗ୍ୟାସ ଚୁଲା ଓ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ଏନସିଡ଼ି ଆସିଷ୍ଟାଣ୍ଟ ମେନେଜର ମିସ ବନି ବନ୍ଦନ ଜେନା, ବର୍ଣ୍ଣ ଡିଯିଯ କଂନସଲଟ ସୁଜିତ କୁମାର କାର୍ଜି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ଶିଶୁ ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସମରୋପ