Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଦାବିରେ ଗଣ ଧାରଣା

Spread the love

ନୟାଗଡ ଜିଲାରେ ମେଡିକାଲ କଲେଜ ଏବଂ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବିରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଅନୁଷ୍ଠିତ ହେଇଯାଇଛି,ଆବାହକ, ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ତତ୍ତ୍ୱବ୍ୟାଧନରେ ଅନୁଷ୍ଠିତ ହୋଇଥିଲା, ନୟାଗଡ ଜିଲ୍ଲାର +2କଲେଜ 37ଏବଂ +3କଲେଜ 24ସର୍ବମୋଟ 61କଲେଜ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଉଚ୍ଚଶିକ୍ଷାର ବିକାଶ ପାଇଁ ପ୍ରତିଷ୍ଠିତ ହୋଇଛି ତାମଧ୍ୟରୁ ତିନୋଟି ମହିଳା କଲେଜ ଅନ୍ତରଭୁକ୍ତ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଭିତିକରି ଏକ ବିଶାଳ ଶିକ୍ଷା ପୁଞ୍ଜି ଗଢିଉଠିଛି ଆଖ ପାଖ ପ୍ରାୟ ସାତଗୋଟି ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଉଚମାନର ଶିକ୍ଷା ଲାଭପାଇଁ ନୟାଗଡ କଲେଜକୁ ପ୍ରଥମ ପସନ୍ଦ କରିଥାନ୍ତି ଏହି ମହାବିଦ୍ୟାଳୟରୁ ଉତୀର୍ଣ୍ଣ ବିଦ୍ୟାର୍ଥୀ ସର୍ବଭାରତୀୟ ସ୍ତରରୁ ବିଶ୍ୱ ସ୍ତରୀୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ପାରଦର୍ଶିତା ହାସଲ କରିଛନ୍ତି

ଏଣୁ ନୟାଗଡରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଶିକ୍ଷାର ଉତ୍କର୍ଷତା ବଢ଼ିପାରିବ, ତାସହିତ ନୟାଗଡ ଜିଲ୍ଲା ଏକ ସଂକ୍ରମଣ ପ୍ରବଣ ଜିଲ୍ଲା ଆଖପାଖ ଅଂଚଳ ପାହାଡିଆ ହୋଇଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ଉଦବେଗ ଜନକ ରହିଥାଏ ନୟାଗଡରେ ଏକ ମେଡିକାଲ କଲେଜ ସ୍ଥାପନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଅନେକ ପରିମାଣରେ ଦୂର ହେଇପାରିବ ବଲାଙ୍ଗୀର ଠାରୁ ଭୁବନେଶ୍ୱର ମଧ୍ୟରେ ପ୍ରାୟ 350 କିଲୋମିଟର ଦୂରତା ମଧ୍ୟରେ ମେଡିକାଲ କଲେଜ ନାହିଁ ଲକ୍ଷ ଲକ୍ଷ ଲୋକ ଉର୍ନତ ସ୍ୱାସ୍ଥ୍ୟ ସେବା ଅପେକ୍ଷାରେ ଅଛନ୍ତି ଯଦି ନୟାଗଡ ଜିଲାରେ ଏକ ମେଡିକାଲ ପ୍ରତିଷ୍ଠା ହୁଏ ଦଶ ଲକ୍ଷରୁ ଉର୍ଦ୍ଧ ଜନତା ଉପକୃତ ହୋଇପାରିବେ ବୋଲି ବକ୍ତା ମାନେ ବକ୍ତ୍ୟବ ରଖିଥିଲେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ର, ଶ୍ରମିକ ନେତା ଗୋଲକ ମୁଦୁଲି, ଶ୍ରୀକାନ୍ତ ପଟ୍ଟନାୟକ, ଆଇନୀଜୀବୀ ରଣଜିତ ଦାସ, ନିର୍ମଳ ସୁରଦେଓ,ରାମକୃଷ୍ଣ ରଥ,ପରିବେଶ ବିତ୍ତ ସୁକାନ୍ତ ଚୌଧୁରୀ, ପବିତ୍ର ଇନ୍ଦ୍ରଜିତ, ସରୋଜ ନାୟକ ପ୍ରମୁଖ ବକ୍ତ୍ୟବ ରଖିଥିଲେ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା

error: Content is protected !!
Breaking News