କେନ୍ଦୁଝର : ପୂର୍ବେ ଖଣି ଦୁର୍ନୀତି ଯୋଗୁଁ ଖଣି ଗୁଡିକ ବନ୍ଦ ହୋଇଯାଇଥିବାବେଳେ ସେତେବେଳେ ଗାଡ଼ି ମାଲିକଙ୍କ ଅବସ୍ଥା ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିଲା । ଧାର କରଜରେ ବୁଡି ରହିଥିଲେ । ଶାହା କମିଶନ ଖଣି ଗୁଡ଼ିକୁ ସାର୍ବଜନୀନ ତଦନ୍ତ କରି ଜରିମନା ଲଦି ଦେବା ପରେ ଧିରେ ଧିରେ ଖଣି କାର୍ଯ୍ୟ ଚାଲୁ ହେଲା ଗରୀବ ଗାଡ଼ି ମାଲିକ ଧାର କରଜ କରି ପୁଣି ଟ୍ରକ ବ୍ୟବସାୟ ଆରମ୍ଭ କଲେ ହେଲେ ପୁଣି ଖଣି ଗୁଡିକ ପୂର୍ବ ଅବସ୍ଥାକୁ ଫେରି ଆସିବା ସମ୍ଭାବନା ଦେଖା ଯାଇଛି। ଖଣି ଦୁର୍ନୀତି ପାଇଁ ଖଣି ଖାଦାନ ବନ୍ଦ ହୋଇ ନାହିଁ ପରୋକ୍ଷରେ ବିଜେଡ଼ି ବିଜେପି ମଧ୍ୟରେ ଭାଗ ବଣ୍ଟାକୁ ନେଇ ଖଣି ବନ୍ଦ ହୋଇଥିବା ଜଣା ପଡ଼ିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ୨୫ ବର୍ଷ ନୀରବଚ୍ଛିନ୍ନ ଭାବେ ଶାସନ ଭାର ସମ୍ଭାଳି ଥିବାବେଳେ ଦଳ ମତ ନିର୍ବିଶେଷରେ ଜନତା ଦନାର୍ଦ୍ଦନ ପରିବର୍ତ୍ତନ ଚାହିଁଲେ ଏବଂ ମାନ୍ୟବର ଭାରତର ଯୋସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ଶାସନ ପରିବର୍ତ୍ତନ ହେଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ଓଡ଼ିଶାରେ ବିଜେପି ସରକାର ଗଠନ କଲା। ଭାରତର ସବୁଠାରୁ ଧନୀ ଜିଲ୍ଲା ତଥା ଖଣି ଖାଦାନରେ ଭରପୁର ଏହି ଜିଲ୍ଲାର ସର୍ବ ପ୍ରଥମେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଦେଖିଲେ । କିନ୍ତୁ କାଗଜ କଲମରେ ସିନା ଧନୀ ଜିଲ୍ଲା ବାସ୍ତବପକ୍ଷେ ଏଠିକାର ଅଧିବାସୀ ମାନେ ଗରିବୀ ସୀମା ରେଖା ତଳେ ବସବାସ କରି ଆସୁଛନ୍ତି । କାମ ଧନ୍ଦା ନ ପାଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ଛୁଆ ପିଲା ଧରି ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି । ଯାହାହେଉ ଜିଲ୍ଲାବାସୀଙ୍କ ବହୁତ ଆଶା ବହୁତ ଦିନ ପରେ ଜଣେ ଆଦିବାସୀ ଶ୍ରେଣୀର ଏକ ମଫସଲ ଗାଁରୁ ଆସିଥିବା ଲୋକଙ୍କ ପାଇଁ ଲୋକଙ୍କ ନିମନ୍ତେ ଏବଂ ଲୋକଙ୍କ ହିତରେ କାର୍ଯ୍ୟ କରିବେ । ହେଲେ ସରକାର ଗଠନର ୨/୩ ମାସ ହୋଇ ନାହିଁ ଲୋକେ ଟୁପୁରୁ ଟାପୁରୁ ହେଲେଣି ବିଜେପି ସରକାର ସମ୍ଭାଳି ପରିବାତ? ଗରିବୀର ଦୁଃଖ ଦେଖି ପାରିବତ? ବିଜେପି ସରକାର ଗଠନ ହେବା ପରେ ଗରୀବ ଗାଡି ମାଲିକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆଉ ଆଗ ଭଳି ଖଣି ଖାଦାନରୁ ମାଲ ପରିବହନ ହେଉ ନାହିଁ । ବିଜେଡ଼ି ବିଜେପି ମଧ୍ୟରେ ଭାଗ ବଣ୍ଟା ଛିଡୁ ନାହିଁ । ଏଠି ବିଜେଡ଼ି ବିଜେପି କଳିରେ ନିରୀହ ଗରୀବ ଗାଡି ମାଲିକ ବଳି ପଡ଼ି ଗଲେଣି । ଗରୀବ ଗାଡି ମାଲିକ ଧାର କରଜ କରି ଗାଡ଼ି ଖଣ୍ଡିଏ ଖଣ୍ଡିଏ ଆଣି ବ୍ୟବସାୟ କରି ଦି ପଇସା ଆୟ କରି ପରିବା ପ୍ରତିପୋଷଣ କରୁଥିବାବେଳେ ଏବେ ଗାଡ଼ି ମାଲିକଙ୍କ ଅବସ୍ଥା ଦୁର୍ଦ୍ଦିନ ଆଡ଼କୁ ଗତି କଲାଣି। ଗାଡ଼ିର କିସ୍ତି ଶୁଝିବା ମୁସ୍କିଲ ହୋଇ ପଡ଼ିଲାଣି । ପରୋକ୍ଷ ହେଉ ଅଥବା ପ୍ରତେକ୍ଷ ଭାବେ ନିର୍ବାଚିତ ପ୍ରତିନିଧି ଏବଂ କର୍ମୀ ମାନଙ୍କ ନିଜ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସ୍ଥାନୀୟ ଅଂଚଳର ଲୋକଙ୍କ ଦ୍ଵାରା ଖଣି ଗୁଡିକ ବନ୍ଦ କରି ରଖିଛନ୍ତି । ବିଜେଡ଼ି ବିଜେପି କଳିରେ ଗରୀବ ଗାଡ଼ି ମାଲିକଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିବା ସହ ଏ ଦୁଇ ଦଳଙ୍କ ପାଇଁ ସରକାରଙ୍କ ରାଜସ୍ବହାନୀ ଘଟୁଥିବା ସମାଜସେବୀ ଜୟକୃଷ୍ଣ ନାଏକ କହିଛନ୍ତି । ଗରୀବ ଗାଡ଼ି ମାଲିକଙ୍କ ନିମନ୍ତେ ଏବଂ ସରକାରଙ୍କ ରାଜସ୍ୱ ପାଇଁ ତୁରନ୍ତ ସମସ୍ତ ଖଣି ଗୁଡିକ ଖୋଲିବା ସହ ପରିବହନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣି ଚାଲୁ କରିବାକୁ ପ୍ରେମା ସିଂ,ସରୋଜ ସାହୁ,ବିପିନ ବିହାରୀ ମିଶ୍ର ,ସୁଜନ ଦେହୁରୀ, ହାଡିବନ୍ଧୁ ନାଏକ,ଶମ୍ଭୁନାଥ ନାଏକ ପ୍ରମୁଖ ଜିଲ୍ଲାପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା,ଖଣି ମନ୍ତ୍ରୀ,ଖଣି ସଚିବ ଓ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ