ରାଜ୍ୟ ଉପ ସଭାପତିଙ୍କ ଦ୍ଵାରା ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

Spread the love

  • ଓଡ଼ିଆ ଅସ୍ମିତା ନାଁରେ ଓଡ଼ିଆଙ୍କୁ ଅତ୍ୟାଚାର କରୁଛି ବିଜେପି ସରକାର

ବ୍ରହ୍ମପୁର, ୪/୧୦ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶୁଭାରମ୍ଭ ହୋଇଛି ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଶୁକ୍ରବାର ଅପରାହ୍ନରେ ବିଜେଡ଼ିର ରାଜ୍ୟ ଉପ ସଭାପତି ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁରର ୪୨ଟି ୱାର୍ଡର ଶତାଧିକ ବିଜେଡ଼ି ନେତା ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଗାନ୍ଧୀ ନଗର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଷ୍ଟେଡିୟାମ୍ ଦେଇ ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର, ଗିରି ମାର୍କେଟ ଦେଇ ବିଭିନ୍ନ ସ୍ଲୋଗାନ ଦେଇ ବିଜୁ ପଟ୍ଟନାୟକ ପାର୍କ ଠାରେ ପହଞ୍ଚି ଥିଲେ । ପାର୍କ ଭିତରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ବରିଷ୍ଠ ନେତା ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଅବସରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ଏଥିରେ ବିଜେଡ଼ି ଗଞ୍ଜାମ ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ମେୟର ତଥା ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ଉପ ସଭାପତି ଆର୍ ମୁରଲୀ ମୋହନ, ନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ନଗର ସଭାନେତ୍ରୀ ଶ୍ରୀମତୀ ସୋନାଲି ଗନ୍ତାୟତ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ପରିପ୍ରେକ୍ଷୀରେ ମେୟର ନିଜ ବକ୍ତବ୍ୟରେ ବିଜେପି ସରକାର ଯେଉଁ ଭଳି ନାରୀ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭୁଆଁ ବୁଲାଇଛି ସେନେଇ ବିରୋଧ କରିଥିବା ବେଳେ, ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚଳନାତ୍ମକ ଭୋଟ ରାଜନୀତିକୁ ତୀବ୍ର ପ୍ରତିବାଦ କରିଥିଲେ ।

ସେହିପରି ସାଂସଦ ପ୍ରାର୍ଥୀ ବିଜେପି ମିଥ୍ୟା ପ୍ରତିଶୃତି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ସହ ସରକାରକୁ ଆସିବା ପରେ କୁନସି ପ୍ରକାର ଜନହିତକର କାର୍ଯ୍ୟ କରିନଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପୂର୍ବତନ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ନାଁରେ ଓଡ଼ିଆଙ୍କୁ ଅତ୍ୟାଚାର କରୁଛି ବିଜେପି ସରକାର, ଅଣ ଓଡ଼ିଆ ଅଧିକାରୀ ଶାସନ କରୁଛି ବୋଲି ଯେଉଁ ଆରୋପ ଲଗାଇଥିଲେ, ଆଜି ସେଇ ଭାଜପା ସରକାର ନିଜ ମୁଖ୍ୟ ଶାସନ ଭାର ଜଣେ ଅଣ ଓଡ଼ିଆ ଅଧିକାରୀ ହାତରେ ହିଁ ଦେଇଥିବା କହି କଟାକ୍ଷ କରିଥିଲେ। ତେବେ ଏହିଭଳି ନାମ ବଦଳା ସରକାରକୁ ଉଚିତ୍ ଜବାବ ଦେବା ସହ ଏକ ନିଷ୍ଠାପର ବିରୋଧୀ ଦଳ ରୂପେ ଜନ ସାଧାରଣଙ୍କ ସ୍ଵାର୍ଥ ପାଇଁ ସେବାକାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜୋନ୍ ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ବିଷୋୟୀ, ବିଜେଡ଼ି ବରିଷ୍ଠ ନେତା ତୁମ୍ବନାଥ ପଣ୍ଡା, ଜଗନ୍ନାଥ ସାବତ, ଅନୀଲ ସାହୁ, ଅଜିତ ପଣ୍ଡା, ଶୋଭନ୍ ନାୟକ, ସଂଜିତ ପାଣିଗ୍ରାହୀ, ଭଗବାନ ଗନ୍ତାୟତ, ଦୂର୍ଗା ପଣ୍ଡା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଏମ୍ ସୁଜାତା ପାତ୍ର, ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ପାର୍ବତୀ ପ୍ରଧାନ, ଟି ତ୍ରିପତି ପାତ୍ର, ସୁରେନ୍ଦ୍ର ମହାରଣା, ଚିତ୍ରସେନ ମହାପାତ୍ର, ପ୍ରଦୀପ କୁମାର ଶତପଥୀ ଡି କରୁଣା, ଏସ୍ ଏ ଖଲିଲ୍, ସାତାର୍ ଖାନ୍ ସମିର ମିଶ୍ର, ଜେ ଜେ. ଶ୍ରୀନିବାସ, ମୁକୁନ୍ଦ ଗୌଡ଼, ଟି କିଶୋର, ଚନ୍ଦ୍ର ମୋହନ ସାହୁ, ଦଣ୍ଡପାଣି ନାୟକ, ଦିଲେଶ୍ବର ରେଡ୍ଡୀ, ଦୂର୍ଗା ଲାୟକ, ମଳୟ ବିଷୋୟୀ, ସୁନ୍ୟଚନ୍ଦ୍ର ଦାସ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଉମା ନାୟକ, ଜ୍ୟୋସ୍ନା ନାୟକ, ଶାନ୍ତି ଦାସ, ଶିବ ପ୍ରଧାନ, ମମତା ରାୟ, ଲୁନା ମହାରଣା, ପ୍ରମୋଦ ମହାରଣା, କେ ମୁନା ରେଡ୍ଡୀ, ସିମାଞ୍ଚଳ ସାହୁ, କାଦାମ୍ବରୀ ଦାସଙ୍କ ସମେତ ବିଜୁ ଯୁବ, ମହିଳା ଓ ଛାତ୍ର କର୍ମୀଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଥିଲେ।

error: Content is protected !!
Breaking News