ଭଞ୍ଜନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଳକ ଅଳସୁ ଗ୍ରାମପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ସେଠୀ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସଙ୍ଘଠକ ଦୁର୍ଗା ମାଧବ ସାହୁ,ମଧୁସୂଦନ ପାଣିଗ୍ରାହୀ,ସରୋଜ କୁମାର ନାୟକଙ୍କ ନେତୃତ୍ୱରେ ସମିତିସଭ୍ୟା ରଶ୍ମିତା ସେଠୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ସମସ୍ତଙ୍କୁ ବିଧାୟକ ଶ୍ରୀ ନାୟକ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି। ସମିତିସଭ୍ୟା ଓ ସମର୍ଥକ ଦଳରେ ଯୋଗଦାନ ପରେ ଅଳସୁ ପଞ୍ଚାୟତରେ ଦଳୀୟ ସଙ୍ଘଠନ ବୃଦ୍ଧି ପାଇବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ବିଧାୟକ ନାୟକ କହିଛନ୍ତି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025