ଦଶପଲ୍ଲା : ଆଜି ଦଶପଲ୍ଲା ଏନ୍ ଏ ସି ସଭାଗୃହରେ ବ୍ଲକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ , ବିଧାୟକ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ,ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ, ମୁନିସପାଲ୍ ଇଂଜିନିୟର ଅଶୋକ କୁମାର ଦଳବେହେରା କଂ ସମେତ ସମସ୍ତ କାଉନସିଲର୍ ଯୋଗ ଦେଇ , ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପବିତ୍ର ସ୍ବାଧୀନତା ଦିବସ କୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଆଜିର ବୈଠକରେ ସମସ୍ତ କାଉନସିଲର୍ ମାନେ ସବୁବର୍ଷ ପରି , ଏବର୍ଷ ମଧ୍ୟ ,ପୂର୍ବକ୍ତୋ ବିଧିବ୍ୟବସ୍ଥା ମୁତାବକ , ବ୍ରାହ୍ମ ମୂହୁର୍ତ୍ତରେ ରାମଧୂନ୍ , ପ୍ରଭାତଫେରୀ ପରେ ପରେ ମହାପୁରୁଷ ମାନକଂ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ ସହିତ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀ ମାନକୁଂ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଦଶପଲ୍ଲା ହାଟ ପଡିଆ ନିକଟସ୍ଥ ନେତାଜୀ ମଇଦାନରେ ସକାଳ ୯ ଟା ୧୫ ମିନିଟ୍ ସମୟରେ ,ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ପରେ ,ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ କୁଂ ନେଇ , ପ୍ୟାରେଡ୍ ଅନୁଷ୍ଠିତ ହେବ । ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ପ୍ରଗ୍ୟାଂପନ ମେଢ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି ।
ବ୍ଲକ୍ ସ୍ତରରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନକୁଂ ମଧ୍ୟ ଏହି ପବିତ୍ର ଦିବସ ଅବସରରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି । ସଂଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଆୟୋଜନ ପୂର୍ବକ ,ଏହି ଉତ୍ସବ କୁ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣା ପଡିଛି
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ