ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନବନିର୍ବାଚିତ ରାଜ୍ଯ ଉପସଭାପତି ଶ୍ରୀଯୁକ୍ତ ବୈଷ୍ଣବ ଦୁରିଆ ମହୋଦୟଙ୍କୁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଅନୁଷ୍ଠିତ ହୋଇଥିବା ୭୮ ତମ ସ୍ବାଧୀନତା ଦିବସ ପାଳନ ପ୍ୟାରେଡ ପଡ଼ିଆରେ ସମ୍ଵର୍ଦ୍ଧନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୋଡ଼େନ ବିଡିଓ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ କୁମାର ସଭାପତିତ୍ବ କରିଥିବା ସ୍ଥଳେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରେମଶିଳା ନାଗ,ବିଶିଷ୍ଟ ଅତିଥି ତହସିଲଦାର ଶ୍ରୀମତୀ ସରିତା ଗୁପ୍ତା,ମୁଖ୍ଯବକ୍ତା ଶ୍ରୀଯୁକ୍ତ ହେମନ୍ତ କୁମାର ମୁଣ୍ଡ,ଅଧ୍ୟକ୍ଷ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନ,ସମ୍ମାନୀତ ଅତିଥି ସର୍ବଶ୍ରୀ ରୁଦ୍ରେଶ୍ଵର ମେହେର ବିଇଓ ବୋଡ଼େନ,ଗୋବିନ୍ଦ ମାଝୀ,ଥାନା ଅଧିକାରୀ ବୋଡ଼େନ,ଅବନୀ ଖମାରି, +୩ ଅଧ୍ୟକ୍ଷ ବୋଡ଼େନ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୋଡ଼େନ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ସମ୍ବାଦପତ୍ରର ସାମ୍ବାଦିକ,ଏନଜିଓ,ସିବିଓ, ଲୋକପ୍ରତିନିଧି,ସମାରୋହର ଆୟୋଜକ ଶ୍ରୀଯୁକ୍ତ ଗଣେଶ ରାମ ଦଣ୍ଡସେନା,ଏମଡି ଫାରୁକ,ଡ.କିଶୋର କୁମାର କର୍ଣ୍ଣ ତଥା ସିଆରସିସି ଗଜରାଜ ବଇଠାରୁ ବୋଡ଼େନ ବ୍ଲକର ଜନସାଧାରଣ ଉପସ୍ଥିତ ଥିଲେ।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ