ଗୁଡାରି ବ୍ଲକ ଅନ୍ତର୍ଗତ ଗୌଡ଼ ଡେଫାଗୁଡା ବୋଲବମ ଭକ୍ତ ଙ୍କ ଜ୍ୱଳବିଷେକ. ଗୁଡାରି ୨୯/୦୭/୨୦୨୪ ରେ ଶ୍ରାବଣ ମାସ ର ଦ୍ୱିତୀୟ ସୋମବାର ରେ ଗୌଡ଼ ଡେଫାଗୁଡା ସୋମନ୍ନାଥେଶ୍ୱର ବୋଲବମ ସଂଘ ର ଭକ୍ତ ଵଂଶଧରା ନଦୀ କୁଲ ରେ ବଳି ରେ ବାଲୁକା ଲିଙ୍ଗ ସ୍ଥାପନ କରି ହୋମ ପୂଜା ଅର୍ଚ୍ଚନା କରି ଭଗବାନ ଶିବ ଙ୍କ ୧୦୮ ନାମ ଜପ କରି ଓ ଅଭିଷେକ କରିଥିଲେ ପୂଜକ ଭବାନୀ ଶଙ୍କର ପଣ୍ଡା.। ରୀତି ଅନୁଯାଇ ପୂଜା ଅର୍ଚ୍ଚନା କରିଥିବା ସହ ମାସିକିଆ ଏବଂ ପାଳିକିଆ ବୋଲବମ ଭକ୍ତ, ମାନସିକ ଧାରୀ କାଉଡିଆ ଭକ୍ତମାନେ ଵଂଶଧାରା ନଦୀ ରୁ ପାଣି ଉଠାଇ ଝିଗିଢ଼ି ଭେଟ ଧବୋଳେଶ୍ୱର ମନ୍ଦିର ଅଭିମୁଖେ ଦୀର୍ଘ ୧୫ କିଲୋମିଟର କାଉଡି ଧରି ବୋଲବମ ନାରା ବୋଲି ଚାଲି ଚାଲି ଯାଇ ଧବୋଳେଶ୍ଵର ବାବା ଙ୍କୁ ଜ୍ୱଳଭିଷେକ କରିଥିଲେ।
ସେହିପରି ଗୁଡାରି ଆଖ ପାଖ ଶିବ ମନ୍ଦିର ରେ ଜ୍ୱଳଭିଷେକ କଲେ କାଉଡିଆ ଭକ୍ତ। ଗୁଡାରି ଗଡ଼ ରେ ନୀଳକୋଣ୍ଟେଶ୍ୱର ଓ ପଶ୍ଚିମେଶ୍ୱର ଶିବ ମନ୍ଦିର ରେ ବୋଲବମ ନାରା ରେ କମ୍ପିଲା ମନ୍ଦିର ପରିସର। ଚଳିତ ବର୍ଷ ଶ୍ରାବଣ ମାସ ରେ ପ୍ରଥମ ସୋମବାର ପୁଣ୍ଣିମା ଓ ପ୍ରତିପୋଦା ରେ ଆରମ୍ବ ହେଲା ବେଳେ ଶେଷ ସୋମବାର ମଧ୍ୟ୍ୟ ପୁର୍ଣିମା ରେ ଶେଷ ହଇଛି।ଭଗବାନ ଶିବ ଙ୍କ ଇଛା ମାସ ହେଉଛି ଶ୍ରାବଣ ମାସ। ଦୀର୍ଘ ୭୨ ବର୍ଷ ପରେ ଏଭଳି ଶ୍ରାବଣ ମାସ ପଡିଥିବାରୁ ଶିବ ପିଠ ବା ଶିବ ମନ୍ଦିର ରେ ଭକ୍ତ ଙ୍କ ଭିଡ଼ ଡେକିବାକୁ ନଜର ମିଳିଛି। ପ୍ରଥମ ସମବାର ମଧ୍ୟ ଏହି ଭିଡ଼ ଡେକିବାକୁ ମିଳିଛି। ଆଖ ପାଖ ଅଞ୍ଚଳର ଶିବ ଭକ୍ତ ମାନେ ରାତି ୫ ଠାରୁ ବାବା ଶିବ ଙ୍କୁ ମନ୍ଦିର ରେ ଜ୍ୱଳଭିଷେକ କରୁଛନ୍ତି। ଅଧିକାଂଶ ମହିଳା ଓ ପୁରଷ ଏହି ମାସରେ ପ୍ରତେକ ସୋମବାର ଭଗବାନ ଶିବ ଙ୍କ ପୂଜା କରିବା ସହ ଉପବାସ କରିଥାନ୍ତି। ଉପବାସ ସମୟ ରେ ଶୁଧ ଶାକାହାରି ଭୋଜନ କେବଳ ଗୋଟିଏ ଥର ଖାନ୍ତି। ଏହି ମାସ ଲୋକମାନେ ସାଥ୍ୱିକ ଖାଦ୍ୟ ଖାନ୍ତି।
More Stories
13.01.2025
4-12-2024
25-11-2024