କେନ୍ଦ୍ର ସମବାୟ ବ୍ୟାଙ୍କର ୭୮ତମ ସାଧାରଣ ଅଧିବେଶନ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଶିବରାମ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ବ୍ୟାଙ୍କର ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ସାଧାରଣ ଅଧିବେଶନରେ ବ୍ୟାଙ୍କ ଉପସଭାନେତ୍ରୀ ଗୀତାଞ୍ଜଳି ପ୍ରଧାନ, ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟ ସମୀକ୍ଷକ ଦୁର୍ଗା ପ୍ରସାଦ ଦାଶ, ନାବାର୍ଡ ଡିଜିଏମ୍ ସଞ୍ଜିବ ମିଶ୍ର,ଛତ୍ରପୁର ତ୍ରପୁର ଏଆର୍ସିଏସ୍ ଯୋଗମାୟା ସାବତ, ବ୍ରହ୍ମପୁର ଏଆର୍ସିସିଏସ୍ ପର୍ଶୁରାମ ପାତ୍ର, ବୟନ ଶିଳ୍ପର ନିର୍ଦ୍ଦେଶକ ଏବଂ ବ୍ୟାଙ୍କର ବ୍ୟାଙ୍କର ସମସ୍ତ ସମସ୍ତ ନି ନିର୍ଦ୍ଦେଶକ ତଥା ବିଷ୍ଣୁପ୍ରିୟା ନାୟକ, ରାମ ମୋହନ ପଣ୍ଡା, ପ୍ରଶାନ୍ତ କୁମାର ନାୟକ, ପୀତବାସ ଭୂୟାଁ, କୁରି କୁମାରୀ ଦାସ, ବାବୁ ନାୟକ, ଦୁର୍ଯ୍ୟଧନ ପରିଡା, ବି.ଧନଞ୍ଜୟାଲୁ, ପି.ଦିଲେଶ୍ବର ରାଓ, କେ.କିରଣ କୁମାର, ସୁଷମା ବେହେରା, ଡି.ସଞ୍ଜୀବ ରାଓ, ଭବାନୀ ଶଙ୍କର ବିଶ୍ବାଳ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମାନେ ଆଲୋଚନାରେ ଭାଗ ନେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ ଥିଲେ ।
ବ୍ୟାଙ୍କର ଆର୍ଥିକ ବଜେଟ୍କୁ ସର୍ବସମ୍ମତି ମତରେ ଅନୁମୋଦନ କରାଯାଇଥିଲା । ଚଳିତ ବର୍ଷ ଲାଭ କରିଥିବା ୪ଟି ସମବାୟ ସମିତିକୁ କୁ ପୁରସ୍କୃତ କରାଯାଇଥିଲା। ସଭାକୁ ବ୍ୟାଙ୍କ କର୍ମଚାରୀମାନେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟବିତ ଅଜୟ ମହାରଣା, କୈଳାଶ ରଣା, ଅଜିତ୍ ଦାସ, କେ.ମଣିବାବୁ, ବୃନ୍ଦାବନ ଖଟେଇକଂ ସମେତ ଗଞ୍ଜାମ, ଗଜପତି ତି ଜିଲ୍ଲାର ବହୁ ସମବାୟବିତ୍, ଚାଷୀ ଉପସ୍ଥିତ ଥିଲେ ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର