- ୩୦% ସ୍ବତନ୍ତ୍ର ରିହାତିରେ ମିଳିବ ସମସ୍ତ ଜିଲ୍ଲାର ହସ୍ତତନ୍ତ ବସ୍ତ୍ର
ବ୍ରହ୍ମପୁର, (ମନ୍ଥନ): ସ୍ଥାନୀୟ ଆଙ୍କୁଲି ଶିଳ୍ପାଞ୍ଚଳ ଠାରେ ବୟନିକାର ଥିବା ନିଜସ ସରକାରୀ ଜାଗାରେ ଗ୍ରାହକ ମାନଙ୍କ ପାଇଁ ସମସ୍ତ ସୁବିଧା ଥାଇ ୮୫୦୦ ବର୍ଗ ଫୁଟ ପରିମିତର ଏକ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନା ସହାୟତାରେ ନିର୍ମାଣ କରାଯାଇଥିଲା । ଯାହାକୁ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଓଡିଶା ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ମାନ୍ୟବର ବିଭୂତି ଭୂଷଣ ଜେନା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ବୟନିକା ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ବୟନିକା ପରିଚାଳନା ନର୍ଦ୍ଦେଶକ ଶ୍ରୀମତୀ ପ୍ରଣତି ଛୋଟରାୟ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତାଗୀର, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସାବିତ୍ରୀ ନାୟକଙ୍କ ସମେତ ବୟନିକାର ପରିଚାଳନା ପରିଷଦର ସଭ୍ୟା/ସଭ୍ୟଙ୍କ ଉପସ୍ଥିତିରେ ନବ ନିର୍ମିତ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ମତ ପ୍ରକାଶ କରିଛନ୍ତି ଯେ, ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଂ, ଓଡିଶା ହସ୍ତତନ୍ତ ବସ୍ତ୍ରର ବିକ୍ରୟ କ୍ଷେତ୍ରରେ ଏକ ରାଜ୍ୟସ୍ତରୀୟ ଶୀର୍ଷ ସମିତି, ଯାହାକି ବୟନିକା ନାମରେ ପରିଚିତ ଅଟେ ।
ଏହା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଓଡିଶାର ବିଭିନ୍ନ ଅଞ୍ଚଳରେ ଥିବା ବୁଣାକାର ମାନଙ୍କ ଦ୍ବାରା ଉତ୍ପାଦିତ ହସ୍ତତନ୍ତ୍ର ବସ୍ତ୍ରକୁ ପ୍ରାଥମିକ ତନ୍ତୁ ବାୟ ସହଯୋଗ ସମିତି, ସୟଂ ସହାୟକ ଗୋଷ୍ଠୀ ଓ ହସ୍ତତନ୍ତ ଉଦ୍ୟୋଗୀ ମାନଙ୍କ ଜରିଆରେ କ୍ରୟ କରି ରାଜ୍ୟ ଭିତରେ, ରାଜ୍ୟ ବାହାରେ ଏବଂ ସ୍ଥଳ ବିଷେଶରେ ବିଦେଶରେ ବିକ୍ରୟ କରିବାର ସୁଯୋଗ ସୃଷ୍ଟି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ହସ୍ତତନ୍ତ ବିକାଶ ଯୋଜନା ମାଧମରେ ବିଭିନ୍ନ ମେଳା ଓ ପ୍ରର୍ଦଶନୀକୁ ଆୟୋଜନ କରି ବୁଣାକାର ମାନଙ୍କର ଆର୍ଥକ ଅଭିବୃଦ୍ଧିରେ ସହାୟତା କରିଥାଏ । ତେଣୁ ବ୍ରହ୍ମପୁର ଠାରେ ବୟନିକାର ଥବା ନିଜସ ସରକାରୀ ଜାଗାରେ ଗ୍ରାହକ ମାନଙ୍କ ପାଇଁ ସମସ୍ତ ସୁବିଧା ଥାଇ ଏକ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନା ସହାୟତାରେ ନିର୍ମାଣ କରାଯାଇଛି ବୋଲି କହିଥିଲେ। ସେହିପରି ବୟନିକା ପରିଚାଳନା ନର୍ଦ୍ଦେଶକ ଶ୍ରୀମତୀ ଛୋଟରାୟ କହିଛନ୍ତି ଯେ, ବର୍ତ୍ତମାନ ବୟନିକାର ବାର୍ଷିକ ବ୍ୟବସାୟୀକ କାରବାର ଟ.୨୦୦.୦୦ କୋଟି ଅତିକ୍ରମ କରିଅଛି ଏବଂ ଚଳିତ ଆର୍ଥକ ବର୍ଷ ପାଇଁ ଟ.୨୬୫.୦୦ କୋଟି ଟଙ୍କାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ବୟନିକା ଆସନ୍ତା ୫ବର୍ଷ ମଧ୍ୟରେ ୫୦୦.୦୦ କୋଟି ଟଙ୍କାର ବ୍ୟବସାୟୀକ କାରବାର କରିବାର ଲକ୍ଷ ଧାର୍ଯ୍ୟ କରିଛି ।
ବ୍ୟବସାୟୀକ କାରବାରର ପରିପ୍ରେକ୍ଷିରେ ବ୍ରହ୍ମପୁର ସହରର ମୟୁରୀ ଟାୱାର ଠାରେ ବୟନିକାର ମାତ୍ର ୫୦୦ ବର୍ଗ ଫୁଟ୍ ପରିମିତ ଏକ ବିକ୍ରୟ କେନ୍ଦ୍ର ରହିଛି, ଯାହାର ବାର୍ଷିକ ବ୍ୟବସାୟ ହାରାହାରି ଟ.୪.୦୦ କୋଟି ଅଟେ, ଏଥରୁ ବ୍ରହ୍ମପୁରରେ ହସ୍ତତନ୍ତ ବସ୍ତ୍ରର ଚାହିଦ ସ୍ପଷ୍ଟ ଅନୁମେୟ ହୁଏ । ତେବେ ଏହି ବଦ୍ଧିତ ଚାହିଦାର ଧାରାକୁ ଲକ୍ଷ କରି ବୟନିକାର ଶିଳ୍ପାଞ୍ଚଳ ଠାରେ ଏକ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ରର ଆଜି ଶୁଭ ଉଦ୍ଘାଟନ କରାଯାଇଛି । ଏହି ବିକ୍ରୟ କେନ୍ଦ୍ରର ପ୍ରାଥମିକ ବାର୍ଷିକ ବିକ୍ରୟ ଲକ୍ଷ ଟ.୫.୦୦ କୋଟି ରଖାଯାଇଛି ଯାହାକି ଆସନ୍ତା ୩-୫ ବର୍ଷ ମଧ୍ୟରେ ଟ.୧୦.୦୦ କୋଟି ଅତିକ୍ରମ କରିବାର ଆଶା କରାଯାଉଛି ବୋଲି କହିଥିଲେ। ଏହାସହ ଏହି ବିକ୍ରୟ କେନ୍ଦ୍ରରେ ଓଡିଶାର ସମସ୍ତ ଜିଲ୍ଲାର ବୁଣାକାର ମାନଙ୍କ ଦ୍ୱାରା ଉତ୍ପାଦିତ ପାଟ, ସୂତା ଓ ଟସର ହସ୍ତତନ୍ତ ବସ୍ତ୍ର ଉପଲବ୍ଧ ରହିଛି ।
ଏହି ନୂତନ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ ଉପଲକ୍ଷେ ଚଳିତ ୨୧.୦୯.୨୦୨୪ ଠାରୁ ୨୮.୦୯.୨୦୨୪ ପର୍ଯ୍ୟନ୍ତ ୨୦% ରିହାତି ସହିତ ୧୦%ର ସତନ୍ତ୍ର ରିହାତି ପ୍ରଦାନ କରାଯାଉଛି । ଏହି ଅବସରରେ ମେୟର ଶ୍ରୀମତୀ ଦଳାଇ ମତ ବ୍ୟକ୍ତ କରିଛନ୍ତି ଯେ, ଏହା ଆମ ବିଜୁ ଜନତା ଦଳର ସରକାର ଥିବା ସମୟରେ ନିର୍ମାଣ ହୋଇଥିଲା, ଏହାକୁ ନେଇ ଆହୁରି ମଧ୍ୟ ଅଧିକ ଉନ୍ନତି ପାଇଁ ଚିନ୍ତା କରାଯାଇଥିଲା । Alarm ବର୍ତ୍ତମାନ ଏଠାରେ ପର୍ଯ୍ୟପ୍ତ ପରିମାଣର ଯାନ ବାହାନ ରଖବା ପାଇଁ ସୁବିଧା ରହିଥିବାରୁ ବ୍ରହ୍ମପୁର ସହରରେ ହସ୍ତତନ୍ତ ପ୍ରେମୀ ଗ୍ରାହକ ମାନଙ୍କୁ ଏହି ବିକ୍ରୟ କେନ୍ଦ୍ରକୁ ଆକୃଷ୍ଟ କରିବ ବୋଲି କହିଥିଲେ। ଉକ୍ତ ନବ ନିର୍ମିତ ବିକ୍ରୟ କେନ୍ଦ୍ରରେ ପଦାର୍ପଣ କରି ବିଶେଷ ରିହାତିର ସୁଯୋଗ ନେଇ ନୂତନ ନୂତନ ଡିଜାଇନର ବସ୍ତ୍ରକୟ କରିବା ପାଇଁ ବ୍ରହ୍ମପୁର ସହରର ହସ୍ତପ୍ରେମୀ ଗ୍ରାହକ ମାନଙ୍କୁ ଅନୁରୋଧ କରିଥିଲେ, ଅଭିଜିତ କର।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ