ବ୍ରହ୍ମପୁରରେ ଏଥର ୪୨ଟି ପୂଜା ମଣ୍ଡପ,୧୪ରେ ଭସାଣୀ

Spread the love

୪୨ଟି ପେଣ୍ଡାଲରେ ପୁଜା ପାଇବେ ଦୁର୍ଗା, ୧୪ରେ ବିସର୍ଜନ

ବ୍ରହ୍ମପୁର, ୧।୧୦ (ଅଭିଜିତ କର): ସ୍ଥାନୀୟ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଲାଇନ ଡିପାର୍ଟମେନ୍ଟ ଯଥା ପୋଲିସ ବିଭାଗ, ପରିମଳ ବ୍ୟବସ୍ଥା, ଅଗ୍ନିସମ, ସ୍ୱାସ୍ଥ୍ୟ ବିଭାଗ, କୋଠବାଡି ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ, ଇଲେକଟ୍ରିକାଲ ବିଭାଗ ଓ ସମସ୍ତ ପୂଜା ପେଣ୍ଡାଲର ସଦସ୍ୟ ମାନଙ୍କ ଉପସ୍ଥିତିରେ ସୂଚନା ମିଳିଛି ଯେ, ଚଳିତ ବର୍ଷରେ ମୋଟ ୪୨ଟି ଦୁର୍ଗାପୁଜା ପେଣ୍ଡାଲ ଅନୁଷ୍ଠିତ ହେବ, କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ପୂଜା ଅନୁଷ୍ଠିତ ହେବ ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା । ସମସ୍ତ ପେଣ୍ଡାଲ ଗୁଡିକରେ ନିଜ ନିଜ ଭଲୁଣ୍ଟର ନିୟୋଜିତ କରିବେ, ସମସ୍ତ ପୂଜା ପେଣ୍ଡାଲର ସଦସ୍ୟ ମାନେ ଅକ୍ଟୋବର ୧୪ ତାରିଖରେ ବିସର୍ଜନ କରିବା ପାଇଁ ଅନୁରୋଧ କରିଥିଲେ ।

ବ୍ରହ୍ମପୁର ମହାନଗର ନିଗମର ସମସ୍ତ ପୂଜା ପେଣ୍ଡାଲର କିପରି ସୂଚାରୁ ରୂପେ ପରିମଳ ବ୍ୟବସ୍ଥା ହେବ ତାହା ଧ୍ୟାନ ଦେବେ । ଭସାଣି ପାଇଁ ବ୍ରହ୍ମପୁର ମହାନଗର ନିଗମ ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରିବା ପାଇଁ ଅନୁରୋଧ କରାଗଲା । ସେହି ଅସ୍ଥାୟୀ ପୋଖରୀ ଗୁଡିକ ବ୍ରହ୍ମପୁରର ଫାଷ୍ଟ ଗେଟ, ମିନାକ୍ଷୀ ନଗର, ଗୋସାଣିନୂଆଗାଁ ଓ ଆମ୍ବପୁଆ ଠାରେ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

error: Content is protected !!
Breaking News