ସାରସକଣା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ” ଆଦିବାସୀ ଓ ମହିଳା ଉନ୍ନୟନ ସଂସ୍ଥା” ପାନ୍ଧଡା, ଆନୁକୁଲ୍ୟରେ ଏକ ପାରମ୍ପାରିକ ଔଷଧୀୟ ଗୁଣ ଏବଂ ଉପଯୋଗୀତା ସମ୍ବନ୍ଧ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମ କୁ ବ୍ରିଗେଡ ସ୍କୁଲ ର ମୁଖ୍ୟ ହୃଷୀକେଶ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପରେ ପରେ ସଂସ୍ଥା ର ପର୍ସୋନାଲ ମ୍ୟାନେଜର ହେମନ୍ତ କୁମାର ବେହେରା ଅତିଥି ପରିଚୟ ଦେଇଥିଲେ। ଆୟୁଷ ବିଭାଗ ର ମୁଖ୍ୟ ନରେଶ ମହାନ୍ତ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଏବଂ ତାର ଉପକାରିତା ସମ୍ପର୍କରେ ଛାତ୍ର,ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।
ଅଫିସ ସେକ୍ରେଟାରୀ ରଶ୍ମି ଦତ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଦେଖାଇ ସେ ଗୁଡିକ ର ଔଷଧୀୟ ଗୁଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସଂସ୍ଥା ର ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ ଛାତ୍ର, ଛାତ୍ରୀ ମାନଙ୍କୁ ଗଳ୍ପ ମାଧ୍ୟମ ରେ ବିଭିନ୍ନ ପ୍ରକାରର ଉପଦେଶ ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। ପରିଶେଷ ରେ ସ୍କୁଲ୍ ର ପ୍ରିନ୍ସିପାଲ ମିତାଞ୍ଜଳି ସାସ୍ମଲ ସମସ୍ତକୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଂଗ କରିଥିଲେ।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।