ପୋଲସରା ୦୭/୦୯/୨୪ ଏକତ୍ରିତ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଘରୋଇ ବସ ମାଲିକ ସଂଘ l ୨୦୧୬ ମସିହା ଠାରୁ ଗଠିତ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ଗଠନ ହୋଇଥିବା ବେଳେ ୨୦୨୪ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି l ବୁଗୁଡ଼ା ବସ ଷ୍ଟାଣ୍ଡ ପାଖ କାର୍ଯ୍ୟାଳୟ ଠାରେ ସଙ୍ଘର ବହୁ ସଦସ୍ୟ ଙ୍କ ଉପସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହୋଇ ଅଞ୍ଚଳର ବରିଷ୍ଠ ଆଇନଜୀବୀ ହରପ୍ରସାଦ ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭି. ରାଜେନ୍ଦ୍ର ରାଓ ଦୋରା,ଉପସଭାପତି ଭାବେ ସରୋଜ କୁମାର ସାହୁ, ସାଧାରଣ ସମ୍ପାଦକ ଦୀପକ କୁମାର ଦାଶ,ଯୁଗ୍ମସମ୍ପାଦକ ପ୍ରମୋଦ କୁମାର ସାହୁ , ଟ୍ରେଜେରିଅର ଭାବେ ସୂର୍ଯ୍ୟ ଗୌଡ଼, ଷ୍ଟାଣ୍ଡ ସେକ୍ରେଟେରୀ ବାଉରୀବନ୍ଧୁ ସ୍ୱାଇଁ,ଉପଦେଷ୍ଟା ଭାବେ ଯଯାତି କେଶରୀ ମହାନ୍ତି,ନୀଳାଞ୍ଚଳ ପଣ୍ଡା,ରାଜେନ୍ଦ୍ର କୁମାର ପୋଲାଈ,କେଦାରନାଥ ମହାରଣା,ପଞ୍ଚାନନ ସାହୁ ପ୍ରମୁଖ ନିର୍ବାଚିତ ହୋଇଥିବା ସୂଚନା ମିଳିଛି l ସଙ୍ଘର ମୁଖ୍ୟ ଲକ୍ଷ ଯାତ୍ରୀ ମାନଙ୍କୁ କରାଯାଉଥିବା ଶୋଷଣ ଓ ହଇରାଣ କୁ ରୋକିବା l ଆସୋସିଏସନ ରେ ସାମିଲ ହୋଇଥିବା ସଂଘର ସଦସ୍ୟ ଙ୍କ କୌଣସି ସମସ୍ୟା ହେଲେ ସମସ୍ତେ ମିଳିମିଶି ତାହାର ସମାଧାନ କରା ଯିବ ବୋଲି କହିଛନ୍ତି ନବନିର୍ବାଚିତ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ର ସଭାପତି ଶ୍ରୀ ଦାସ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ