Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବୁଗୁଡା ପିପୁଲସ କଲେଜରେ ଜାତୀୟ କ୍ରୀଡା ଦିବସ

Spread the love

ବୁଗୁଡ : ଅଗଷ୍ଟ ୨୯ ତାରିଖ ଦିନ ବୁଗୁଡା ପିପୁଲସ କଲେଜ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୯୦୫ ଅଗଷ୍ଟ ୨୯ ତାରିଖ ଦିନ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ଜନ୍ମଗ୍ରହଣ କରିଥିଲେ। ୨୦୧୨ ମସିହା ଠାରୁ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ ହୋଇଆସୁଅଛି। ଏହି ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ତହସିଲଦାର ତାପସ ରାଉତ ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇଥିଲେ। +୩ କ୍ରୀଡା ସଂଘ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ +୨ କ୍ରୀଡା ସଂଘ ଉପସଭାପତି ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଦ୍ୱୟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ମହିଳା ଓ ପୁରୁଷ ବିଭାଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡି ଓ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ସଫଳତା ହାସଲ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ବୁଗୁଡା କଲେଜର କ୍ରୀଡା ଅଧ୍ୟାପକ କ୍ରୀଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା କ୍ରୀଡା ପରିଚାଳନା କରିଥିଲେ। ଅଧ୍ୟାପକ ଡକ୍ଟର ପି.କେ.ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!
Breaking News