ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ପକ୍ଷରୁ ଚଢାଉ କରି ଗଞ୍ଜେଇ ସହ କାର ଜବତ କରିଥିବା ବେଳେ ଜଣେ ଗଞ୍ଜେଇ ଯୁବକକୁ ଗିରଫ କରିଛି l ସୂଚନା ଅନୁସାରେ କଣ୍ଟାମାଳ ପୋଲିସ ଆଜି ସକାଳୁ ପେଟ୍ରୋଲିଂ କରୁଥିବା ସମୟରେ ବୁଢ଼ୀମାଲ ଛକ ନିକଟରେ ଏକ ସେଣ୍ଟ୍ରୋ କାର ( ଓ ଆର ୦୨ ଏ ୟାଇ ୦୭୩୨ ) ସହ ଜଣେ ଯୁବକ ବାଲନ୍ଦାପଡ଼ା ଅଞ୍ଚଳରୁ ଆସୁଥିବା ବେଳେ ସନ୍ଦେହରେ ପୋଲିସ ତାକୁ ଯାଞ୍ଚ କରିଥିଲେ l ଯାଞ୍ଚ ପରେ କାରଭିତରୁ ଗଞ୍ଜେଇ ମିଳିଥିବା ବେଳେ କାର ଓ ଗଞ୍ଜେଇ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଛି କଣ୍ଟାମାଳ ପୋଲିସ l ଜବତ ଗଞ୍ଜେଇର ପରିମାଣ ୪୨କେଜି ୨ଶହ ଗ୍ରାମ ହୋଇଥିବା ବେଳେ ଗିରଫ ଯୁବକ ଜଣକ ହେଲେ କଣ୍ଟାମାଳ ଥାନା ବନ୍ଧପାଲି ଗ୍ରାମର ନିରଞ୍ଜନ ହରିପାଲ ( ୩୨) ବୋଲି ଜଣା ପଡିଛି l ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି ମାଫିଆ ଜଣକୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ