Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଯାଜପୁରର କାର୍ଗିଲ ବିଜୟ ଉତ୍ସବ ପାଳନ

Spread the love


ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆ ମେଳଣ ପଡିଆରେ କାର୍ଗିଲ ବିଜୟ ଉତ୍ସବ ପାଳନ ହୋଇଯାଇଛି l ମୁଖ୍ୟ ବକ୍ତା ଓ ସଭା ପରିଚାଳନା କରିଥିଲେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ l ଅତିଥିଭାବେ ଯାଜପୁର ସଂସଦ ରବି ନାରୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଆମର ନାୟକ, କୋରେଇ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି,ବିଂଝାରପୁର ବିଜେପି ନେତ୍ରୀ ବନ୍ଦିତା ମଲିକ, ଆଶୁତୋଷ ପରିଡା,ଯୋଗଦେଇ ଥିବାବେଳେ ସୁକିନ୍ଦା ବିଧାୟକ ପ୍ରଦୀପ ବଲସାମନ୍ତ ଙ୍କ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିଲେ l ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତ ଅତିଥିଭାବେ. ଅଭିଭାଷଣ ଦେଇଥିଲେ l ଜିଲ୍ଲା ରୁ. ଆସିଥିବା ନେତାମାନେ କାର୍ଗିଲ ଯୁଦ୍ଧ ରେ ସହିଦ ହୋଇଥିବା ଯୋଦ୍ଧା ମାନଙ୍କୁ ସଲାମ ଦେବାସହ ସେମାନେ କେମିତି ଯୁଦ୍ଧ କରି ଦେଶପାଇଁ ସହି ହୋଇଥିଲେ ଅଭିଭାଷଣ ରେ କହିଥିଲେ l ଭାରତବର୍ଷ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପୋଇ ଏବଂ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦୀ ଜି ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣେଥିଲେ l ଏବଂ ସହିଦ ମାନଙ୍କ ପରିବାର ଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ବେହୁରା,ଶ୍ରୀକାନ୍ତ ସାହୁ ଆଲୋକ ଲେଙ୍କା, ରାଜେଶ ପାଳ, ଯୁଗଳ କିଶୋର ଦାସ, ଗୌତମ ସାହୁ,ଅଂଶୁମାନ ରଥ ଯୋଗଦେଇ ସଭାର ସହଯୋଗ କରିଥିଲେ l

error: Content is protected !!
Breaking News