ଚା ଦୋକାନ ଘରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

Spread the love

ଆଜି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସକାଳୁ ସକାଳୁ ଚା ଦୋକାନ ଘରୁ ଦେଖିବାକୁ ମିଳିଛି ଦମ୍ପତିଙ୍କ ମୃତ ଦେହ। ଲଙ୍ଗଳେଶ୍ବର ଗ୍ରାମର ମୃତ ବିଜୁଳି ଦଳେଇଙ୍କ ପୁଅ ଦୀଲ୍ଲିପ ଦଳେଇ ଲଙ୍ଗଳେଶ୍ବର ଓ ଭେଜିପୁଟ ଗ୍ରାମ ମଧ୍ୟରେ ଥିବା କଳାଝର ନଦୀ ନିକଟରେ ରାସ୍ତା କଡରେ ନିଜର ଜମି ପାଖରେ କିଛି ବର୍ଷ ହେଲା ଏକ ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ସ୍ତ୍ରୀ ରଶ୍ମିତା ଦଳେଇ କୃଷି ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ଆଜି ରକ୍ଷା ବନ୍ଧନ ଅବସରରେ ଦୀଲ୍ଲିପର ସଂଗାତ ଜିତୁ ବେହେରା ସକାଳୁ ଦୀଲ୍ଲିପର ଘରକୁ ଯାଇ ଦୀଲ୍ଲିପର ଘର କବାଟ ବାଡେଇବା ପରେ କେହି କବାଟ ଖୋଲି ନଥିଲେ। ଫୋନ କରିବା ପରେ ଘର ଭିତରେ ଫାନ ବାଜୁଥିଲା, କିନ୍ତୁ କେହି ଫୋନକୁ ଉଠାଉ ନଥିଲେ। ଫଳରେ ଜିତୁ ଘରର ଫାଙ୍କ ଦେଇ ଦେଖିଲା ବେଳକୁ ଉଭୟ ମୃତ ଅବସ୍ଥାରେ ପଡିଥିବା ଦେଖି ଦୀଲ୍ଲିପରଭ ଉଣୀକୁ ଜଣାଇଥିଲେ। ଦୀଲ୍ଲିପର ଭଉଣୀ ଘଟଣା ବିଷୟରେ ପୋଲିସକୁ ଜଣାଇବା ପରେ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଖୋଲି ଦେଖିଥିଲେ ଦୀଲ୍ଲିପର ମୃତ ଦେହ ତଳେ ପଡିଥିବା ବେଳେ ରଶ୍ମିତାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିଲା। ଘଟଣା ସ୍ଥଳରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ ମାଜିଷ୍ଟ୍ରେଟ ଭାବରେ ପହଞ୍ଚି ଶବକୁ ଯାଞ୍ଚ କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଉଭୟ ମୃତ ଦମ୍ପତିଙ୍କର ଗୋଟିଏ ଦଶ ବର୍ଷର ପୁଅ ଓ ସାତ ବର୍ଷର ଝିଅ ଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ।

error: Content is protected !!